ଭୁବନେଶ୍ୱର: ଝିଅ ହୁଅନ୍ତୁ କି ପୁଅ ସମସ୍ତଙ୍କର ପ୍ରାୟ ଗୁପଚୁପ ଖାଇବା ବହୁତ ପ୍ରିୟ ହୋଇଥାଏ । କିନ୍ତୁ ବର୍ଷା ଦିନ ଆରମ୍ଭ ହୋଇଗଲାଣି । ଏହି ଦିନରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ବିଶେଷକରି ଏହି ଋତୁରେ ଟାଇଫଏଡ ହେବାର ଭୟ ଅଧିକ ରହିଥାଏ । ବର୍ତ୍ତମାନ ବଢ଼ୁଥିବା ଟାଇଫଏଡ ରୋଗର କାରଣ ଗୁପଚୁପ ବୋଲି ସ୍ୱାସ୍ଥ୍ୟବିତମାନେ କୁହନ୍ତି । ଜୁନ ମାସରେ ଏହି ସଂଖ୍ୟା ଅଧିକ ବଢ଼ିଥାଏ । କାରଣ ପାଣି ସଂକ୍ରମିତ କାରଣରୁ । ଯାହାକି ଗୁପଚୁପ ବା ପାଣିପୁରୀ ଖାଇବା ଦ୍ୱାରା ହୋଇଥାଏ । ଯଦି ଆପଣ ପାଣି ପୁରୀ ପ୍ରିୟ, ଖାଇବା ବେଳେ ଏଥିପ୍ରତି ସାବଧାନ ରହିବାକୁ ସ୍ୱାସ୍ଥ୍ୟବିତ କହିଛନ୍ତି ।
ଗୁପଚୁପ ବା ପାଣିପୁରୀ ଖାଇବା ଦ୍ୱାରା ହେଉଥିବା ସମସ୍ୟା :
ଗୁପଚୁପ ଦ୍ୱାରା କେବଳ ଟାଇଫଏଡ ଛଡ଼ା ଶରୀରରେ ଅନେକ ପ୍ରକାର ରୋଗ ଉତ୍ପନ୍ନ ହୋଇପାରେ । ଆସନ୍ତୁ ଜାଣିବା ଗୁପଚୁପ ଖାଇବା ଦ୍ୱାରା ହେଉଥିବା କିଛି ରୋଗ ସମ୍ପର୍କରେ ।
– ଅଧିକ ମାତ୍ରାରେ ଗୁପଚୁପ ଖାଇବା ଦ୍ୱାରା ଡାଇରିଆ ହେବାର ଆଶଙ୍କା ଦେଖାଦେଇଥାଏ ।
– ଯଦି ଆପଣଙ୍କ ପିଲା ଅଧିକ ଗୁପଚୁପ ଖାଉଛନ୍ତି ତେବେ ତାଙ୍କୁ ଡିହାଇଡ୍ରେସନ ସମସ୍ୟା ହୋଇପାରେ ।
– ଅଧିକ ଗୁପଚୁପ ଖାଇବା ଦ୍ୱାରା ବାନ୍ତି ଓ ଜଣ୍ଡିସ ହେବାର ଆଶଙ୍କା ଦେଖାଦେଇଥାଏ ।
– ଏହାଦ୍ୱାରା ଅଲସର ହେବାର ଆଶଙ୍କା ମଧ୍ୟ ରହିଥାଏ ।
– ଏହାକୁ ଅଧିକ ଖାଇବା ଦ୍ୱାରା ପାଚନ ତନ୍ତ୍ର ଖରାପ ହୋଇପାରେ ।
– ଯଦି ଆପଣ ଅଧିକ ଗୁପଚୁପ ପ୍ରିୟ ତେବେ ଷ୍ଟ୍ରିଟ ଫୁଡ ନଖାଇ ଘରେ ବନାଇ ଖାଇ ପାରନ୍ତି ।
Powered by Froala Editor
