ଭୁବନେଶ୍ୱର: ଘରକୁ ସଜାଇବା ବେଳେ କେତୋଟି କଥା ପ୍ରତି ଧ୍ୟାନ ଦେଲେ ତାହା ଅଧିକ ସୁନ୍ଦର ତଥା ଆଇକ୍ୟାଚି ଲାଗିବ। ଡ୍ରଇଂରୁମ୍ ହେଉଛି ଗୋଟିଏ ଘରର ମୁଖ୍ୟ ଆକର୍ଷଣ।
ଜାଣନ୍ତୁ କିପରି ସଜାଇବେ ଡ୍ରଇଂରୁମ୍…
-ପ୍ରଥମ କଥା ହେଉଛି ଡ୍ରଇଂରୁମକୁ ଫାଙ୍କା ଫର୍ଚ୍ଚା ରଖିବାକୁ ଚେଷ୍ଟା କରନ୍ତୁ। ଯଦିଓ ଶୋ ପିସ୍, ଓ୍ବାଲ୍ହ୍ୟାଙ୍ଗିଙ୍ଗ୍ ଆଦି ଡ୍ରଇଂରୁମର ଶୋଭା ବଢ଼ାଇଥାଏ, ହେଲେ ଆବଶ୍ୟକତାଠାରୁ ଅଧିକ ରଖିବା ଦ୍ୱାରା ଜାକି ହେବା ଭଳି ଲାଗିଥାଏ। ସେହିପରି ଫର୍ନିଚର, ଟିଭି ଏବଂ ଅନ୍ୟାନ୍ୟ ଡେକୋରେଟିଭ୍ ସାମଗ୍ରୀକୁ ଏପରି ସଜାନ୍ତୁ, ଯେପରି ସେସବୁ ନା କେବଳ ସୁନ୍ଦର ଦେଖାଯିବ ବରଂ ଚଲାବୁଲା କରିବା ସମୟରେ ଆପଣଙ୍କ ସଂସ୍ପର୍ଶରେ ଆସିବ ନାହିଁ। ଏହାଦ୍ୱାରା ଡ୍ରଇଂରୁମ୍ ସ୍ପେଶିଅସ୍ ଏବଂ ଆଟ୍ରାକ୍ଟିଭ୍ ଲାଗିବ।
-ଡ୍ରଇଂରୁମରେ ଝରକା କିମ୍ବା ଟ୍ରାନ୍ସପରେଣ୍ଟ ଗ୍ଲାସ୍ ଲଗାନ୍ତୁ, ଯେପରି ଡ୍ରଇଂରୁମ୍କୁ ବାହାର ଲାଇଟ୍ ଆସିପାରିବ। ଯଦି ଏପରି ସୁବଧା ନାହିଁ, ତେବେ ଫଲ୍ସ ସିଲିଂ କରି କଲରଫୁଲ୍ ଲାଇଟ୍ ବ୍ୟବସ୍ଥା କଲେ ଡ୍ରଇଂରୁମ୍ ଅଧିକ ଆକର୍ଷଣୀୟ ଲାଗିବ।
-ଡ୍ରଇଂରୁମ୍ ସଜାଇବା ଲାଗି ଫୁଲଦାନି ବାଛୁଥିଲେ ମନେରଖନ୍ତୁ, ଅନେକ ପ୍ରକାରର ଫୁଲଦାନି ଏକସଙ୍ଗେ ଅବା ରୁମ୍ ଭିତରେ ଭର୍ତ୍ତି କରି ରଖନ୍ତୁ ନାହିଁ। ଗୋଟିଏ କିମ୍ବା ଦୁଇଟି ଫୁଲଦାନି ରଖନ୍ତୁ। ମଲ୍ଟି କଲର ଫୁଲ ସହ ପତ୍ର ମଲ୍ଟିକଲର ନ ରଖି କେବଳ ଗ୍ରୀନ୍ ହିଁ ରଖିଲେ ଅଧିକ ଆଇକ୍ୟାଚି ଲାଗିବ। ଯଦି ସିଙ୍ଗ୍ଲ କଲର ଫୁଲ ରଖୁଛନ୍ତି, ତେବେ ମଲ୍ଟି କଲର ପତ୍ର ରଖିପାରିବେ।
-ଡ୍ରଇଂରୁମକୁ ସୁନ୍ଦର କରିବା ଲାଗି ଏହାର ପରଦାଗୁଡ଼ିକ ମଧ୍ୟ ମୁଖ୍ୟ ଭୂମିକା ବହନ କରିଥାଏ। ତେଣୁ ରୁମ୍ କାନ୍ଥର କଲର ସହ କଣ୍ଟ୍ରାଷ୍ଟ ଲୁକ୍ ଦେବା ଭଳି ପରଦା ବାଛନ୍ତୁ। ଏହାବ୍ୟତୀତ ସୁନ୍ଦର କାର୍ପେଟ୍ ମଧ୍ୟ ଡ୍ରଇଂରୁମ୍ର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।
Powered by Froala Editor
