ହସପିଟାଲରେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ହସପିଟାଲରେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ରାଜ୍ୟ ଖବର

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀର ଆପଲୋ ହସପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥତା କାରଣରୁ ସେ ଭର୍ତ୍ତି ହୋଇଥିବା ଜଣାପଡ଼ଛି। ଡାଇଗ୍ନୋସିସ ପରେ ଭଗୱନ୍ତଙ୍କ ପାକସ୍ତଳୀରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ପଞ୍ଜାବର ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କୁ ଏନକାଉଣ୍ଟର ପରେ ପଞ୍ଜାବ ପୁଲିସକୁ ଶୁଭେଚ୍ଛା ଜଣାଇଛନ୍ତି ମାନ୍‌। ନିକଟରେ ଜୁଲାଇ ୨୧ ତାରିଖରେ  ମାନ୍‌ ଦ୍ୱିତୀୟ ବିବାହ କରିଛନ୍ତି। ଗତ ମାର୍ଚ୍ଚ ୧୬ ତାରିଖରେ ଭଗୱନ୍ତ ମାନ୍‌ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Powered by Froala Editor