ସୋର : ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିଭତ୍ସ ଭାବେ ହତ୍ୟା। ଶୌଚାଳୟ ଭିତରେ କିରୋସିନ ଢାଳି ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ। ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନାନୁଯାୟୀ, ଖଇରା ଥାନା ବାରିଙ୍ଗିଆ ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଉକ୍ତ ଗ୍ରାମର ଦୟାନିଧି ଜେନା ନାମକ ଜଣେ ଯୁବକ ଆଜି ସକାଳ ୮ଟା ସମୟରେ ଛାତ୍ରୀଙ୍କୁ ଶୌଚାଳୟ ଭିତରେ କିରୋସିନ ଢାଳି ଜାଳି ଦେଇଛନ୍ତି। ତେବେ ଛାତ୍ରୀଙ୍କୁ ହତ୍ୟା କରାଯିବା ପୂର୍ବରୁ ତାଙ୍କ ଚୁଟି କାଟି ଦେଇଛନ୍ତି ଯୁବକ। ମୃତଦେହ ନିକଟରେ କଟା ଚୁଟି, ଲାଇଟର ଓ ବିଷ ବୋତଲ ପଡ଼ି ରହିଛି। ତେବେ ଯୁବକ ଜଣଙ୍କ କାହିଁକି ଛାତ୍ରୀଙ୍କୁ ଏଭଳି ନିର୍ମମ ଭାବରେ ହାତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି। ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀମାନେ ଅଭିଯୁକ୍ତ ଦୟାନିଧି ଜେନାକୁ ଅଟକ ରଖିଛନ୍ତି।
Powered by Froala Editor
