ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ପରଲୋକ

ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ପରଲୋକ

ରାଜ୍ୟ ଖବର

କଟକ : କଟକ ସଦରର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ରାଜେନ୍ଦ୍ର ପ୍ରସାଦ ସିଂ ଗତକାଲି ଶ୍ରମିକ ସଙ୍ଗଠନର କର୍ମକର୍ତ୍ତାଙ୍କ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ସନ୍ଧ୍ୟାରେ ତାଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହେଲା। ପରେ ଡାକ୍ତରଖାନା ନେବା ବାଟରେ ତାଙ୍କର ପରଲୋକ ହୋଇଥିଲା।

ସେ ଗତ ୫୦ ବର୍ଷ ହେବ ଶ୍ରମିକମାନଙ୍କ ସ୍ଵାର୍ଥ ପାଇଁ କାର୍ୟ୍ୟ କରି ଆସୁଥିଲେ। ସେ ହିନ୍ଦ୍ ମଜଦୁର ସଙ୍ଘର ସର୍ବଭାରତୀୟ ତଥା ଓଡ଼ିଶା ଶାଖାର ନେତୃତ୍ଵ ନେଉଥିଲେ। ବିଶିଷ୍ଟ ଶ୍ରମିକ ନେତା ରାଜୁ ସିଂଙ୍କ ଦେହାନ୍ତରେ ଶ୍ରମିକ, ରାଜନୈତିକ ତଥା ବୁଦ୍ଧିଜିବୀ ମହଲରେ ଶୋକର ଛାୟା ଖେଳିଯାଇଛି ।

୧୯୯୦ରୁ ୧୯୯୫ପର୍ୟ୍ୟନ୍ତ ସେ ଜନତା ଦଳର ପ୍ରାର୍ଥୀ ଭାବେ ପୂର୍ବର କଟକ ସଦର ନିର୍ବାଚନମଣ୍ଡଳୀର ବିଧାୟକ ନିର୍ବାଚିତ ଥିଲେ।



Powered by Froala Editor