ଭୁବନେଶ୍ୱର: ବର୍ଷାଦିନେ ଥଣ୍ଡା, କାଶ ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ପାଣିପାଗ ବଦଳୁଥିବାରୁ ଭାଇରାଲ୍ ଇନ୍ଫେକଶନ୍ ହୁଏ। ତେବେ ବିଭିନ୍ନ ପ୍ରକାର ଘରୋଇ ଉପାୟରେ ବି ଏହି ସମସ୍ୟାର ସମାଧାନ କରିପାରିବେ…
-ବର୍ଷାଦିନେ ଯଦି କାଶ ହେଉଥାଏ ତେବେ ମହୁରେ ଲେମ୍ବୁରସ ମିଶାଇ ପିଅନ୍ତୁ। ଏକ ଗ୍ଲାସ୍ ପାଣି ଗରମକରି ସେଥିରେ ଲେମ୍ବୁରସ ଓ ମହୁ ମିଶାଇ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। କିଛିଦିନ ପରେ କାଶ କମିଯିବ।
-ଥଣ୍ଡାରୁ ଅତି ସହଜରେ ମୁକ୍ତି ପାଇବା ପାଇଁ ତୁଳସୀପତ୍ର ସହ ଅଦା ମିଶାଇ ଖାଆନ୍ତୁ। ସକାଳୁ ସ୍ନାନ ପରେ ଏହାକୁ ସିଧାସଳଖ ଚୋବାଇ ଖାଇପାରିବେ କିମ୍ବା ଏହାକୁ ପାଣି ଅଥବା ଚା’ ସହିତ ସିଝାଇ ପିଇପାରିବେ।
-ଥଣ୍ଡାକାଶ ଆଦି ବିଭିନ୍ନ ସମସ୍ୟା ଦୂରକରିବା ସହିତ ଅତି ସହଜରେ ନିଜ ଇମ୍ୟୁନିଟି ପାଓ୍ବାର ବଢ଼ାଇବା ପାଇଁ ହେଲେ ଗୁଳୁଚି ଅତ୍ୟନ୍ତ ଉପକାରୀ। ତେଣୁ ଗୁଳୁଚିକୁ ପାଣିରେ ସିଝାଇ କାଢ଼ା କରି ପିଅନ୍ତୁ। ପ୍ରାକୃତିକ ଉପାୟରେ ଏହି ମାଧ୍ୟମରେ ଇମ୍ୟୁନିଟି ଶକ୍ତି ବଢ଼ିବା ସହ ରୋଗ ସଂକ୍ରମଣରୁ ରକ୍ଷା ମିଳିପାରିବ।
-ହଳଦୀରେ ମଧ୍ୟ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ରହିଛି। ଥଣ୍ଡା, କାଶ ପାଇଁ ତ ଏହା ଅତ୍ୟନ୍ତ ଫଳପ୍ରଦ। ଏକ ଗ୍ଲାସ୍ ଉଷୁମ କ୍ଷୀରରେ ୨ ଚାମଚ ହଳଦୀଗୁଣ୍ଡ ମିଶାଇ ପ୍ରତିଦିନ ପିଅନ୍ତୁ। ଖାଲି ସେତିକି ନୁହେଁ , ହଳଦୀକୁ ପାଣିରେ ସିଝାଇ କାଢ଼ା ଭଳି ମଧ୍ୟ ପିଇପାରିବେ।
ସକାଳୁ ଗରମପାଣି ସହ ଗୋଲମରିଚ ଗୁଣ୍ଡ ମିଶାଇ ପିଇଲେ ଥଣ୍ଡା ଭଲ ହୋଇଥାଏ।
Powered by Froala Editor
