ଆଜି ୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ଆଜି ୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ରାଜ୍ୟ ଖବର


ପୁରୀ: ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟ ତିଥି। ଏ ଅବସରରେର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା। ଏଥିପାଇଁ ୪ ଘଣ୍ଟା ଧରି ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ।ପ୍ରଥମ ଭୋଗ ମଣ୍ଡପ ସରିବା ପରେ ଦ୍ୱିପହର ୨ଟାରୁ ସନ୍ଧ୍ୟା ୬ଟା ଯାଏ ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ରହିବ। ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ୧୦୮ କୁମ୍ଭ ଗରାରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇଥିଲେ। ଜ୍ୱରରେ ପୀଡ଼ିତ ଯୋଗୁ ମହାପ୍ରଭୁଙ୍କ ମସ୍ତକରୁ ହୀରା, ନୀଳା, ମାଣିକ ଏବଂ ସୁନା ଖଚିତ ଚିତାକୁ ବାହାର କରାଯାଇଥିଲା। ଏହାକୁ ପୁଣି ଥରେ ଆଜି ଲଗାଯିବ।  

ଗୋଷ୍ଠୀଗତ ଭାବରେ ଦଇତାପତି ସେବକ ମାନେ ଏହି ଚିତାଲାଗି ସେବା କରିଥାନ୍ତି।



Powered by Froala Editor