ଖାଇବା ପରେ ପିଅନ୍ତୁ ନାହିଁ ପାଣି

ଖାଇବା ପରେ ପିଅନ୍ତୁ ନାହିଁ ପାଣି

ସ୍ୱାସ୍ଥ୍ୟ ହିଁ ସମ୍ପଦ

ଜଳ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରତିଦିନ ୩-୪ ଲିଟର ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ଡାକ୍ତରଙ୍କ କହିବାନୁସାରେ, ଖାଇବା ସମୟରେ ପାଣି ପିଇବାରୁ ଦୂରେଇ ରହିବା ଉଚିତ୍। ଖାଇବା ସମୟରେ କିମ୍ବା ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ୱାରା ଏସିଡ୍, ଫୁଲିବା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଯେଉଁ ଲୋକମାନେ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଅନ୍ତି ସେମାନଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ଖାଇବାର କେତେ ସମୟ ପରେ ପାଣି ପିଇବା ଉଚିତ୍ :

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟ ହଜମ କରିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗେ, ଏହି ସମୟରେ ପାନୀୟ ଜଳ ହଜମ ଉପରେ ପ୍ରଭାବ ପକାଇଥାଏ। ସେଥିପାଇଁ ଖାଦ୍ୟ ଖାଇବାର ୪୫-୬୦ ମିନିଟ୍ ପରେ ଆପଣ ପାଣି ପିଇବା ଉଚିତ୍। ଏଥି ସହିତ ଖାଦ୍ୟ ଖାଇବା ଅଧ ଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ।

ଉଚିତ୍ ସମୟରେ ପାଣି ପିଇବାର ଫାଇଦା :

୧. ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ପାଣି ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ।

୨. ଉଚିତ୍ ସମୟରେ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ରହିଥାଏ, ହଜମ ପ୍ରକ୍ରିୟା ମଜବୁତ ରହିଥାଏ।

୩. ପେଟରେ ଗ୍ୟାସ୍ ଏବଂ ଅମ୍ଳର ସମସ୍ୟା ହୋଇନଥାଏ।

୪. ଶରୀର ଖାଦ୍ୟରେ ଥିବା ପୋଷକ ତତ୍ତ୍ୱକୁ ଭଲ ଭାବରେ ଗ୍ରହଣ କରିଥାଏ।

୫. ଠିକ୍ ସମୟରେ ପାଣି ପିଇବା ଭଲ ନିଦ ହେବାରେ ସାହାଯ୍ୟ କରିଥାଏ।

ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବାର ଅସୁବିଧା :

ମୋଟାପଣ ସମସ୍ୟା

ହଜମ ପ୍ରକ୍ରିୟାରେ ସମସ୍ୟା

ବ୍ଲଡ୍ ସୁଗାର୍ ଲେବଲ୍ ବଢିବାର ସମସ୍ୟା

ପେଟରେ ଗ୍ୟାସ ସମସ୍ୟା



Powered by Froala Editor