କଞ୍ଚା ପିଆଜ ଖାଇବା ପଡିପାରେ ଭାରି

କଞ୍ଚା ପିଆଜ ଖାଇବା ପଡିପାରେ ଭାରି

ସ୍ୱାସ୍ଥ୍ୟ ହିଁ ସମ୍ପଦ

କଞ୍ଚା ପିଆଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ। କୌଣସି ଜିନିଷର ଅତ୍ୟଧିକ ବ୍ୟବହାର ସର୍ବଦା ସମସ୍ୟା ସୃଷ୍ଟି କରିଥାଏ। ପିଆଜ ମଧ୍ୟ ସେହିପରି। ଯଦି ଆପଣ ଏହାକୁ ଅଧିକ ମାତ୍ରାରେ ଖାଆନ୍ତି, ତେବେ ବ୍ଲଡ୍ ସୁଗାର ବଢିବାଠାରୁ ନେଇ ପେଟ ଖରାପ ହେବା ପର୍ୟ୍ୟନ୍ତ ସମସ୍ୟା ଦେଖାଦେଇଥାଏ। ଆସନ୍ତୁ ଜାଣିବା ଏହା ବ୍ୟତୀତ ଅନ୍ୟ କେଉଁ ଅସୁବିଧା ହୋଇଥାଏ।

ଏସିଡିଟିର ସମସ୍ୟା :

ପିଆଜରେ ଗ୍ଲୁକୋଜ ଏବଂ ଫ୍ରୁକଟୋଜ ଅଧିକ ମାତ୍ରାରେ ରହିଥାଏ। ଏହା ବ୍ୟତୀତ ଏଥିରେ ଫାଇବରର ପରିମାଣ ବି ଅଧିକ ଥାଏ, ଯାହାକି ଭଲ ହଜମ କରିବାରେ ସକ୍ଷମ ହୋଇନଥାଏ। ଫଳରେ ଏସିଡିଟିର ସମସ୍ୟା ହୋଇଥାଏ।

ମଧୁମେହ ରୋଗୀଙ୍କ ପାଇଁ ହୋଇଥାଏ କ୍ଷତିକାରକ :

ବ୍ଲଡ୍ ସୁଗାର ପାଇଁ କଞ୍ଚା ପିଆଜ ଲାଭଦାୟକ ନୁହେଁ। ମଧୁମେହ ରୋଗୀଙ୍କୁ ଅତି ଧ୍ୟାନର ସହିତ କିଛି ଖାଇବାକୁ ପଡିଥାଏ। ତେଣୁ କଞ୍ଚା ପିଆଜ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ, ନଚେତ୍ ଆପଣଙ୍କର ସମସ୍ୟା ହୋଇପାରେ।

ଛାତିରେ ପୋଡା-ଜଳା ସମସ୍ୟା :

ଯଦି ଆପଣ ଅଧିକ ପରିମାଣରେ କଞ୍ଚା ପିଆଜ ଖାଆନ୍ତି, ତେବେ ସାବଧାନ ରୁହନ୍ତୁ, କାରଣ ଏହା ଦ୍ୱାରା ଛାତିରେ ପୋଡା-ଜଳା ସମସ୍ୟା ହୋଇଥାଏ।

Powered by Froala Editor