ସାଉଥ୍ର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ସାମନ୍ଥା ରୁଥ୍ ପ୍ରଭୁ ବହୁତ ଲୋକପ୍ରିୟ। ସାମନ୍ଥା ଓ ନାଗା ଚୈତନ୍ୟଙ୍କ ଯୋଡ଼ି ଲୋକଙ୍କୁ ବହୁତ ପସନ୍ଦ ଥିଲା। ଯଦିଓ ଗତବର୍ଷ ଦମ୍ପତି ନିଜ ଛାଡ଼ପତ୍ର ବିଷୟରେ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସାମନ୍ଥା ଓ ନାଗା ଚୈତନ୍ୟ ଗତବର୍ଷ ସୋସିଆଲ ମିଡିଆରେ ପରସ୍ପରଠାରୁ ଅଲଗା ହେବାର ଖବର ଫ୍ୟାନ୍ମାନଙ୍କୁ ଦେଇଥିଲେ। ଆଉ ଏହା ପରଠାରୁ ଉଭୟ କୌଣସି ନା କୌଣସି କାରଣରୁ ବର୍ତ୍ତମାନ ଚର୍ଚ୍ଚା ପରିସରକୁ ଆସୁଛନ୍ତି।
ଛାଡ଼ପତ୍ର ଖବର ସାମ୍ନାକୁ ଆସିବା ପରଠାରୁ କୁହାଯାଉଥିଲା ଯେ ସାମନ୍ଥା ରୁଥ୍ ପ୍ରଭୁ ନାଗାଙ୍କଠାରୁ ୨୦୦ କୋଟି ଟଙ୍କା ଭରଣପୋଷଣ ଦାବି କରିଛନ୍ତି। ଯଦିଓ ଅଭିନେତ୍ରୀ ଏହି କଥାକୁ ସ୍ପଷ୍ଟ ମନା କରିଥିଲେ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ଅଭିନେତା ମୁରଲି ମୋହନ ଖୁଲାସା କରିଛନ୍ତି କି, ସାମନ୍ଥା ପ୍ରଭୁ ନାଗା ଚୈତନ୍ୟଙ୍କ ଘର କିଣିଛନ୍ତି। ସେହି ଘରେ ଅଭିନେତ୍ରୀ ଛାଡ଼ପତ୍ର ପୂର୍ବରୁ ନାଗାଙ୍କ ସହିତ ରହୁଥିଲେ। ରିପୋର୍ଟ ମୁତାବକ, ସାମନ୍ଥା ଏହି ଘରକୁ ମୋଟା ଅର୍ଥରାଶି ଦେଇ କିଣିଛନ୍ତି।
Powered by Froala Editor
