ଭୁବନେଶ୍ୱର: ଧାରା ଶ୍ରାବଣରେ ଟାଣ ଖରାରେ ଡହଳ ବିକଳ ହେଉଛନ୍ତି ରାଜ୍ୟବାସୀ। ଯେଉଁ ସମୟରେ ଲଗାଣ ବର୍ଷା ହେବା କଥା ସେହି ସମୟରେ ଖରାର ତାଉ ଲୋକଙ୍କୁ କଲବଲ କରୁଛି। ଏଭଳି ସ୍ଥିତି ୪ରୁ୫ ତାରିଖ ପର୍ୟ୍ୟନ୍ତ ଲାଗି ରହିବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଆଜି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଓଡ଼ିଶାରେ ମୌସୁମୀ ବାୟୁ ଦୁର୍ବଳ ହେଉଥିବାରୁ ୪ରୁ ୫ ତାରିଖ ପର୍ୟ୍ୟନ୍ତ ଗୋଟିଏ ଓ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ କୌଣସି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ୬ରୁ୭ ତାରିଖ ବେଳକୁ ଏକ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ।
Powered by Froala Editor
