ରାଜ୍ୟରେ ଉପରମୁହାଁ କରୋନା, ଆଜି ୭୪୧ ପଜିଟିଭ ଚିହ୍ନଟ

ରାଜ୍ୟରେ ଉପରମୁହାଁ କରୋନା, ଆଜି ୭୪୧ ପଜିଟିଭ ଚିହ୍ନଟ

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ  ୭୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୩ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୦୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୧୮ ବର୍ଷ ବୟସ ମଧ୍ୟରେ ୧୩୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୪୬୮୩ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

୨୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୭୬ ଜଣ, ଖୋର୍ଦ୍ଧାରୁ ୧୪୦ ଜଣ, ମୟୂରଭଞ୍ଜରୁ ୫୯ ଜଣ,ସମ୍ବଲପୁରରୁ ୪୧ ଜଣ, କଟକରୁ ୩୮ ଜଣ, କଳାହାଣ୍ଡିରୁ ୩୬ ଜଣ, ବଲାଙ୍ଗୀରରୁ ୨୮ ଜଣ, ସୋନପୁରରୁ ୨୦ ଜଣ,ବରଗଡ଼ରୁ ୧୭ ଜଣ, ନୂଆପଡ଼ାରୁ ୧୬ ଜଣ, କନ୍ଧମାଳରୁ ୧୫ ଜଣ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରୁ ୧୨ ଜଣ ଲେଖାଁଏ, ନବରଙ୍ଗପୁରରୁ ୧୧ ଜଣ, ଯାଜପୁର ଓ ରାୟଗଡ଼ା ଜିଲ୍ଲାରୁ ୧୦ ଜଣ ଲେଖାଁଏ, ଦେବଗଡ଼ରୁ ୯ ଜଣ, ନୟାଗଡ଼ରୁ ୮ ଜଣ, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାରୁ ୬ ଜଣ ଲେଖାଁଏ, ଗଜପତି , ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ ଜଣ ଲେଖାଁଏ, ଅନୁଗୁଳରୁ ୩ ଜଣ, ଢ଼େଙ୍କାନାଳ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଁଏ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୧୪୬୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୬୧୬ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୯୮୮୭୨ ଜଣ ସୁସ୍ଥ ହୋଇଛନ୍ତି ।

Powered by Froala Editor