ନୂଆଦିଲ୍ଲୀ: ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୨୦୧୯-୨୦ କେନ୍ଦ୍ର ବଜେଟ୍ ଉପସ୍ଥାପନ ହୋଇଯାଇଛି। ଚଳିତବର୍ଷ ବଜେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱପ୍ନର ବଜେଟ୍ ବୋଲି ଆଖ୍ୟାୟିତ କରିଛନ୍ତି। ଏହି ବଜେଟ୍ ଅନେକ ବର୍ଗଙ୍କୁ ସୁହାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଆଜି ଲୋକସଭାରେ ଉପସ୍ଥାପିତ ବାର୍ଷିକ ବଜେଟ୍ ଆଶା, ବିଶ୍ୱାସ ଓ ଆକାଂକ୍ଷାର ବଜେଟ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହି ବଜେଟ୍କୁ ମୋଦୀ ପରିବେଶ ଅନୁକୂଳ ବା ‘ଗ୍ରୀନ୍’ ବଜେଟ୍ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ବଜେଟ୍ରେ ଟିକସ ବ୍ୟବସ୍ଥା ଅଧିକ ସରଳୀକୃତ ହେବ, ଦେଶର ବିକାଶରେ ଅଧିକ ଅଗ୍ରଗତି ଘଟିବ ଏବଂ ମଧ୍ୟମ ବର୍ଗଙ୍କ ପ୍ରଗତି ହେବ। ଦେଶର ବିକାଶରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଇବ। ବଜେଟ୍ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ। ନବ ଭାରତ ନିର୍ମାଣରେ ଏହହା ସହାୟକ ହେବ।
