କଡାକଡି ହେଲା ହେଲମେଟ୍ ଚେକିଂ

କଡାକଡି ହେଲା ହେଲମେଟ୍ ଚେକିଂ

ରାଜ୍ୟ ଖବର

ଭୁବନେଶ୍ୱର : ବିନା ହେଲ୍ମେଟରେ ଗାଡି  ଚାଳାଉଥିଲେ ,ସାବଧାନ..... । ସହରେ ଭିତରେ ନୁହେଁ  ଏଥରେ  ଜାତୀୟ  ରାଜପତ ଓ ରାଜ୍ୟ ରାଜପଥରେବି  ଜଗିବେ ଏନଫୋର୍ସମେଣ୍ଟ ସ୍କ୍ୱାଡ । ରାଜ୍ୟ ରିବହନ  ପ୍ରାଧିକରଣ ଦ୍ୱାରା ଅଗଷ୍ଟ ୧୬ ରୁ ୨ ସପ୍ତାହ ଧରି ଡ୍ରାଇଭ ଚାଲିବ । ଅମାନିଆଙ୍କୁ ତ୍ରାହି ମିଳିବନି । ୨୦୨୧ ମସିହାରେ ସଡକ ଦୁର୍ଘଟଣାରେ ୮୬୮ ବାଇକ ଚାଲକ ଏବଂ ୪୪୦ ଆରୋହିଙ୍କ ସମେତ ୧୩୦୮ ଜଣଙ୍କ ମୃତୁ୍ୟ ଘଟିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲ୍ମେଟ ପିନ୍ଧି ନଥିଲେ । ୨୮୦ ଜଣ ଗୁରୁତର ଆହାତ ଓ ୭୪୭ ଜମ ସାମାନ୍ୟ ଆହତ ହୋଇଥିଲେ ।

 ସଡକ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବୁଶ୍ୱାଳ କହିଛନ୍ତି ଯେ ଏନଏଚ ଓ ଏସଏଚରେ ଅଧିକାଂଶ ବାଇକ ଦୁର୍ଘଟଣାଗସ୍ତ ହେଉଛି । ସହରାଞ୍ଚଳରେ କଡା ଚେକିଂ ଭୟରେ ବାଇକ ଆରୋହୀ ହେଲମେଟ ବ୍ୟବହାର କରୁଛନ୍ତିା ଦୁର୍ଭାଗ୍ୟବଶତଃ, ରାଜଥରେ ହେଲମେଟ ପିନ୍ଧିବାକୁ ଭୁଲି ଯାଉଛନ୍ତି । କିନ୍ତୁ ରାଜଥରେ ହିଁ ଦୁର୍ଘଟଣାର ଅଧିକ ବିପଦ ରହିଛି । ଉଭୟ ପିଲିଅନ ଓ ବାଇକ ଚାଳକ ହେଲମେଟ ପିନ୍ଧିବାକୁ ସେ ଅନୁରୋଧ କରିଛନ୍ତି ।

Powered by Froala Editor