୪୨ଫୁଟର ନଖ

୪୨ଫୁଟର ନଖ

ବିଶେଷ ଖବର

ଦୁଇ ହାତରେ ୪୨ ଫୁଟ ଲମ୍ବା ନଖ । ଆମେରିକା ମିନେସୋଟା ବାସିନ୍ଦା ଡାଏନା ଆର୍ମଷ୍ଟ୍ରଙ୍ଗ ଗତ ୨୫ ବର୍ଷ ହେଲା ନିଜର ନଖ କାଟିନାହାନ୍ତି । ତାଙ୍କ ଦୁଇହାତରେ ନଖର ଲମ୍ବ ପ୍ରାୟ ୪୨ ଫୁଟ ୧୦ ଇଞ୍ଚା ଦୁଇ ହାତରେ ଏତେ ଲମ୍ବା ନଖ ଲାଗି ତାଙ୍କୁ ଗିନିଜ ବ୍ଲକ ଅଓାର୍ଡ ରେକର୍ଡ୍ସରେ ସ୍ଥାନ ମିଳିଛି ।  ଏ ସମ୍ପର୍କରେ ଡାଏନା କହିଛନ୍ତି । ଯେତେବେଳେ ମୁଁ  ଛୋଟ ଥିଲା  ଲମ୍ବା ନଖ  ରଖିବା ମୋର ପସନ୍ଦ ଥିଲା । ବଡ ହେବା ପରେ ଏହି ଅଭ୍ୟାସକୁ ଜାରି ରଖିଥିଲି  । ମୋ ଝିଅ ଲଥିଶା ପ୍ରତି ସପ୍ତାହନ୍ତରେ ମୋ  ନଖକୁ ମାନିକିଓର କରୁଥିଲା ।

୧୯୯୭ ମସିହାରେ ଆଜମା ଯୋଗୁଁ ୧୬ ବର୍ଷ ବୟସରେ ତାର ମୃତ୍ୟୁ ହୋଇଗଲା । ମୃତ୍ୟୁର ଦିନକୁ ପୂର୍ବରୁ ବି  ସେ ମୋ ନଖ  ସଫା କରିଥିଲା । ଲଥିଶାର  ମୃତ୍ୟୁ ପରେ ମୁଁ ନଖ କଟିବା ହିଁ ବନ୍ଦ କରି ଦେଲି । ସେବେଠାରୁ ଆଉ କେବେହେଲେ  ନଖ କଟିନାହିଁ । ଅବଶ୍ୟ  ଏତେ ନଖ ରଖିବା ଯୋଗୁ ତାଙ୍କୁ କିଛି ସମସ୍ୟା ହେଉନାହି ଁ । କିନ୍ତୁ ସେ ଗାଡି ଚଳାଇ ପାରୁନାହାନ୍ତି । ସେଲୋନ ଯାଇପାରୁନାହାନ୍ତି । ଏପରି ଅବସ୍ଥାରେ ତାଙ୍କର ନାତୁଣୀମାନେ ମାନିକିଓର କରିବାରେ ତାଙ୍କ ସହାୟତା କରୁଛନ୍ତି । ଏଥିଲାଗି ତାଙ୍କୁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥାଏ । ଡାଏନାଙ୍କ ପୂର୍ବରୁ ଦୁଇହାତରେ ସବୁଠୁ ଲମ୍ବା ନଖ ରଖି ଯେଉଁ ମହିଳା ରେକର୍ଡ କରିଥିଲେ ତାଙ୍କ ନଖର ଲମ୍ବା ୧୮ ଫୁଟ ୯.୭ ଇଞ୍ଚ ଥିଲା ।

Powered by Froala Editor