ଦାମ୍ପତ୍ୟ ଜୀବନରେ ସୁଖ ଚାହୁଁଛନ୍ତି କି? ଏହା କରନ୍ତୁ

ଦାମ୍ପତ୍ୟ ଜୀବନରେ ସୁଖ ଚାହୁଁଛନ୍ତି କି? ଏହା କରନ୍ତୁ

ବିଶେଷ ଖବର

ଭୁବନେଶ୍ୱର: ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଯେ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ । କାରଣ ଯଦି ବୈବାହିକ ଜୀବନ ଠିକ୍‌ ରହେ ତେବେ ବ୍ୟକ୍ତି ଜୀବନର ପ୍ରତି କ୍ଷେତ୍ରରେ ଉନ୍ନତି ହୋଇଥାଏ । ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ବାସ୍ତୁ ଶାସ୍ତ୍ରରେ ଏମିତି କିଛି ଉପାୟ ଦିଆଯାଇଛି । ଆସନ୍ତୁ ଜାଣିବା କ’ଣ ସେହି ଉପାୟ ।

କେଉଁଠି ହେବା ଦରକାର ବେଡରୁମ୍‌ ?

ଘରର ମୁଖ୍ୟ ବେଡରୁମ ଘରର ଦକ୍ଷିଣ-ପଶ୍ଚିମ ବା ଉତ୍ତର-ପଶ୍ଚିମ ଦିଗରେ ହେବା ଦରକାର । ଯଦି ଘରର କୌଣସି ରୁମ ଉପର ତାଲାରେ ରହିଛି ତ ବେଡରୁମକୁ ଉପର ତାଲାର ଦକ୍ଷିଣ-ପଶ୍ଚିମ କୋଣରେ ହେବା ଦରକାର ।

ବେଡରୁମରେ ରଖନ୍ତୁ ନାହିଁ ଏହି ଜିନିଷ-

-ବେଡ ଆଗରେ ଆଇନା ଲଗାନ୍ତୁ ନାହିଁ ।

- ଡବଳ ବେଡର ଗଦି ଦୁଇ ଭାଗରେ ନ ହେଉ ।

-ବେଡ ରୁମରେ କୌଣସି ପ୍ରକାର ଧାର୍ମିକ ଚିତ୍ର ଲଗାନ୍ତୁ ନାହିଁ ।

-ବେଡ ରୁମରେ ଲାଲ ରଂଗର ବଲ୍ଵ ଲଗାନ୍ତୁ ନାହିଁ ।

-ପତି-ପତ୍ନୀଙ୍କ ସମ୍ପର୍କକୁ ମଜବୁତ କରିବା ପାଇଁ ବାସ୍ତୁ ଟିପ୍ସ-

-ଦମ୍ପତିଙ୍କୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଶୟନ କରିବା ଉଚିତ୍‌ ।

- ପତି-ପତ୍ନୀ ଶୟନ କକ୍ଷରେ ଗୋଲାପି, ହାଲକା ସବୁଜ, ହଳଦିଆ ଓ ନୀଳ ରଂଗ ବାଛନ୍ତୁ ।

- ବେଡ ରୁମରେ କାଠର ବେଡ ଚୟନ କରନ୍ତୁ । ଫଳରେ ସମ୍ପର୍କରେ ମଧୂରତା ଆସିବ ।

-ବେଡରୁମରେ ଯେଉଁ ମୂର୍ତ୍ତି ରଖିବେ ତାହା ଯୁଗ୍ମ ହେବା ଦରକାର । ଯେମିତି ପାରା ଯୋଡା ଲଗାନ୍ତୁ ।

-ବେଡରୁମରେ ରଧା-କୃଷ୍ଣ ଫଟୋ ଲଗାଇପାରିବେ । ଫଳରେ ସମ୍ପର୍କ ମଜବୁତ ହେବ ।

- ପତି-ପତ୍ନୀ ନିଜ ଫଟୋ ପଶ୍ଚିମ ଦିଗରେ ଲଗାଇପାରିବେ ।



Powered by Froala Editor