ଦୁର୍ବଳ ହେଲା ଅବପାତ, କମିବ ବର୍ଷା

ଦୁର୍ବଳ ହେଲା ଅବପାତ, କମିବ ବର୍ଷା

ରାଜ୍ୟ ଖବର

ଭୁବନେଶ୍ୱର: ଭୀଷଣ ରୂପ ନେଇଥିବା ଲଘୁଚାପ ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ସଂଲଗ୍ନ ଉପକୂଳ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରିଥିଲା । ଏବେ ଏହା ଦୁର୍ବଳ ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ, ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪.୩ ମିମି ବର୍ଷା ହୋଇଛି। ଯାହା ସ୍ବାଭାବିକ ବର୍ଷା ୧୦ମିମି ତୁଳନାରେ ୨୪୩% ଅଧିକ ତଥା ଗଞ୍ଜାମ ଜିଲାରେ ୫ ସ୍ଥାନରେ ଅତି ପ୍ରବଳ ହୋଇଥିବା ଜଣାପଡିଛି। ସେହିପରି ୭ ସ୍ଥାନରେ ପ୍ରବଳ ବର୍ଷା ସହ ହାରାହାରି ୯୦.୫ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା ୭ମିମି ତୁଳନାରେ ୧୧୯୩% ଅଧିକ ରହିଛି।

Powered by Froala Editor