କାହିଁକି ବୁଢ଼ିଆଣି ଜାଲକୁ କୁହାଯାଏ ଅଶୁଭ ?

କାହିଁକି ବୁଢ଼ିଆଣି ଜାଲକୁ କୁହାଯାଏ ଅଶୁଭ ?

ବିଶେଷ ଖବର

ଭୁବନେଶ୍ୱର: ବାସ୍ତୁଶାସ୍ତ୍ରରେ ଏପରି ଅନେକ କଥା ରହିଛି । ଆଉ ବାସ୍ତୁ ଶାସ୍ତ୍ର ଆମ ଜୀବନ ତଥା ପରିବାର ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ । ଘରେ ଏବଂ ବାହାରେ ଅନେକ କଥା ବିଷୟରେ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଏମିତି ହିଁ ଏକ କଥା ହେଉଛି ଘରେ ବୁଢ଼ିଆଣୀ ଜାଲ ରହିବା ।

ବାସ୍ତୁ ଶାସ୍ତ୍ରରେ ଘରେ ବୁଢ଼ିଆଣୀ ଜାଲ ରହିବାକୁ ଅଶୁଭ କୁହାଯାଇଥାଏ  । ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ବୁଢ଼ିଆଣୀ ଜାଲ ରହିଥାଏ ସେଠାରେ ଖୁବ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ  । ତେବେ ଆସନ୍ତୁ ଜାଣିବା କାହିଁକି ବୁଢ଼ିଆଣୀ ଜାଲକୁ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଅଶୁଭ ।

ଯଦି ଘରେ ବୁଢ଼ିଆଣୀ ଜାଲ ରହିଥାଏ ତେବେ ଘରର ସୁଖସମ୍ରୁଦ୍ଧି ନାଶ ହୋଇଥାଏ  । ଏହା ନକାରତ୍ମକ ଉର୍ଜା ଜାତ କରିବା ସହ ପରିବାରରେ କଳହ ବଢ଼ାଇଥାଏ  । ଧନହାନି ପ୍ରାଣପୀଡ଼ା ଭଳି ଅସୁବିଧା ଦେଖାଦେଇଥାଏ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ବୁଢ଼ିଆଣି ଜାଲର ସଂଚରଣ ଏପରି ହୋଇଥାଏ କି ସେଥିରେ ନକାରତ୍ମକ ଉର୍ଜା ଏକତ୍ରିତ ହୋଇଯାଇଥାନ୍ତି  । ଫଳରେ ଘରେ ଅଶାନ୍ତି ବଢ଼ିବା ସହ ସବୁବେଳେ ଝଗଡା ଲାଗି ରହିଥାଏ  ।

ଘରେ ନକାରତ୍ମକ ଉର୍ଜାର ବାସ ଅଶାନ୍ତି, କଳହ, ରୋଗ ଏବଂ ଅନ୍ୟନ୍ୟ ସମସ୍ୟାର କାରଣ ପାଲଟିଥାଏ  । ଏହା ଦ୍ୱାରା ଧନହାନୀ ହେବା ସହ ରୋଜଗାରର ରାସ୍ତା କମ ହୋଇଥାଏ । ଏଣୁ ଘରେ ବୁଢ଼ିଆଣୀ ଜାଲ ଦେଖିବା ମାତ୍ରେ ତାହାକୁ ତୁରନ୍ତ ସଫା କରିବା ଦରକାର  ।

Powered by Froala Editor