ଏମିତି କିଣନ୍ତୁ ଛତା

ଏମିତି କିଣନ୍ତୁ ଛତା

ବିଶେଷ ଖବର

ବର୍ଷାରୁ ରକ୍ଷା ପାଇବା ଲାଗି ଛତା ସଭିଙ୍କୁ ଲୋଡ଼ା। ତେବେ ଅନେକେ ଛତା କିଣିବା ବେଳେ ଏହାର କଲର ଏବଂ ଆକର୍ଷଣୀୟ ଡିଜାଇନ୍‌କୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି । ଫଳରେ ବର୍ଷା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ତେଣୁ ଛତା କିଣିବା ବେଳେ କେଉଁସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ସେ ସମ୍ପର୍କରେ…

ଛତା କିଣିବାର ମୂଳ ଲକ୍ଷ୍ୟ ହେଉଛି ବର୍ଷାରୁ ରକ୍ଷା। ତେଣୁ ଛତାଟି କିପରି ଆପଣଙ୍କୁ ସମ୍ପୂର୍ଣ୍ଣ ଘୋଡ଼ାଇ ହେଉଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହା ବ୍ୟତୀତ ଏହାର କପଡ଼ା ଯେପରି ଭଲ କ୍ୱାଲିଟିର ଏବଂ ଓ୍ବାଟରପ୍ରୁଫ ହୋଇଥିବ ତାହା ଦେଖନ୍ତୁ। ନଚେତ୍‌ ଛତା ଭିଜିଯାଇ ପାଣି ପଡ଼ିବା ଦ୍ୱାରା ଓଦା ହେବାକୁ ପଡ଼ିପାରେ।
ଛତା ଅଧିକ ଓଜନିଆ ହୋଇଥିଲେ ମଜଭୁତ ରହିବ ବୋଲି ଏଭଳି ଅନେକଙ୍କ ମନରେ ଧାରଣା ଥାଏ। ହେଲେ ଏଭଳି ଛତା ଅଧିକ ସମୟ ଧରିବା ଦ୍ୱାରା ହାତରେ କଷ୍ଟ ହୋଇଥାଏ। ତେଣୁ ଭଲ କ୍ୱାଲିଟିର ଲାଇଟ ଓ୍ବେଟ ଛତା ବାଛନ୍ତୁ।

ଏହାକୁୁ କିଣିଲା ବେଳେ କପଡ଼ାର ସିଲେଇ ସ୍ଥାନଗୁଡ଼ିକରେ ଯେପରି ପାଣି ଭିତରକୁ ଆସୁଥିବା ଭଳି ଛୋଟ ଛୋଟ କଣା ନ ଥାଏ ପରଖି ନିଅନ୍ତୁ। କେବଳ ଏତିକି ନୁହେଁ, ଛତାର ବେଣ୍ଟ ବା ହ୍ୟାଣ୍ଡେଲ ମଧ୍ୟ ଅନେକଙ୍କ ପାଇଁ ଅନ୍ୟତମ ଆକର୍ଷଣ। ଏହାକୁ ଆଖି ଆଗରେ ରଖି କମ୍ପାନୀଗୁଡ଼ିକ ଭଳିକି ଭଳି ଡିଜାଇନ୍ର ହ୍ୟାଣ୍ଡେଲ ଥିବା ଛତା ପ୍ରସ୍ତୁତ କରୁଛନ୍ତି। ତେବେ ଏହାକୁ ଦେଖି ଛତା ବାଛିବା ବଦଳରେ ତାହା ଧରିବା ଲାଗି କମ୍ଫର୍ଟେବଲ କି ନୁହେଁ ଦେଖନ୍ତୁ। ନହେଲେ ଅଧିକ ସମୟ ଏହାକୁ ବ୍ୟବହାର କଲେ ହାତ ପାପୁଲି ଏବଂ ଆଙ୍ଗୁଠି ଦରଜ ହେବା, ବିନ୍ଧିବା ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।

Powered by Froala Editor