ପ୍ରେମ କରୁଛନ୍ତି କି?

ପ୍ରେମ କରୁଛନ୍ତି କି?

ବିଶେଷ ଖବର

ଭୁବନେଶ୍ୱର: ଆମ ଜୀବନର ମୂଳ ଲକ୍ଷ୍ୟ ଥାଏ ଆମର ସ୍ୱପ୍ନ ପୁରଣ କରିବା । ସଫଳ ଜୀବନ ବଞ୍ଚିବାକୁ ହେଲେ ଆମେ ନିଜେ ନିଜ ଗୋଡ଼ରେ ଠିଆ ହେବା ଅତ୍ୟନ୍ତ ଆବଶ୍ୟକ । ପ୍ରେମ ଏଭଳି ଏକ ନିବିଡ଼ ସମ୍ପର୍କ ଯାହା ଆମ ଜୀବନ ଉପରେ ଏକ ବିଶେଷ ମହତ୍ୱ ରଖିଥାଏ । ପ୍ରେମର ପରିଭାଷାକୁ କେହି କେହି ସଫଳତାର ମୂଳମନ୍ତ୍ର ବୋଲି ମଧ୍ୟ ସମ୍ବୋଧନା କରିଛନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି ଏହି ପ୍ରେମ ହିଁ ହେଉଛି ସବୁ ଦୁଃଖର ମୂଳ କାରଣ? 

- ଯାହାକୁ ଆମେ ପ୍ରେମ କରୁ, ତାକୁ ଭୟ କରୁ । ଏଣୁ ପ୍ରେମ ସବୁ ଦୁଃଖର କାରଣ ପାଲଟେ । ଏଣୁ ପ୍ରେମର ବନ୍ଧନରୁ ମୁକୁଳି ସୁଖୀ ଜୀବନ ବିତାଇବା ଉଚିତ । ଯିଏ ପ୍ରେମ କରନ୍ତି ସେମାନେ ହିଁ ଡରିଥାନ୍ତି । କାରଣ ତାଙ୍କୁ ସର୍ବଦା ହରାଇଦେବାର ଭୟ ଥାଏ ।

-ଯଦି କୌଣସି ପୁରୁଷକୁ ଲାଗେ କି ତାଙ୍କ ସ୍ତ୍ରୀ ସୁନ୍ଦର ନୁହନ୍ତି । ସେ ସର୍ବଦା ତାଙ୍କ ସମ୍ମାନ ହାନୀ କରୁଛନ୍ତି । ତେବେ ତାଙ୍କୁ ପ୍ରଥମେ ନିଜକୁ ଦର୍ପଣରେ ଦେଖି ନେବା ଉଚିତ । ନାରୀ ମଧ୍ୟରେ ଶାରୀରିକ ସୁନ୍ଦରତାକୁ ଖୋଜୁଥିବା ଲୋକ ବୁଝିବା ଉଚିତ ଯେ, ସୁନ୍ଦରତା ଶାରିରୀକ ଗଠନରୁ ନୁହେଁ ବରଂ ହୃଦୟରୁ ହେବା ଆବଶ୍ୟକ । ସମସ୍ତଙ୍କ ନିକଟରେ କିଛି ନା କିଛିର ଅଭାବ ରହିଥାଏ । କାରଣ ସଂସାରରେ କୌଣସି ବ୍ୟକ୍ତି ପୂର୍ଣ୍ଣ ନୁହନ୍ତି । ଏଣୁ ବ୍ୟକ୍ତିକୁ ଏହା ବୁଝିବା ଆବଶ୍ୟକ ।

 

Powered by Froala Editor