ନୂଆଦିଲ୍ଲୀ: ଲାଲକିଲ୍ଲାରେ ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୋଦି ବିରୋଧୀଙ୍କ ଉପରେ ପ୍ରହାର ପକାଇଛନ୍ତି । ଏହା ସହିତ କହିଛନ୍ତି ଯେ, ଦୁର୍ନୀତି ଓ ପରିବାରବାଦ ଧୀରେ ଧୀରେ ଦେଶକୁ ଖୋଳ କରିବାରେ ଲାଗିଛି । ଉଇ ଭଳି ଦେଶକୁ ଫମ୍ପା କରିବାରେ ଲାଗିଛନ୍ତି। ପରିବାରବାଦ ପ୍ରସଙ୍ଗ ଉପରେ ପରୋକ୍ଷରେ ବର୍ଷିଛନ୍ତି ମୋଦି।
ସେ କହିଛନ୍ତି, ମୁଁ ଯେତେବେଳେ ଭାଇ ଭତିଜାବାଦ ତଥା ପରିବାରବାଥର କଥା କୁହେ ସେତେବେଳେ ଲୋକମାନେ ମୁଁ କେବଳ ରାଜନୈତିକ କରୁଛି ବୋଲି ଭାବୁଛନ୍ତି। ଦୁର୍ଭାଗ୍ୟବଶତଃ, ରାଜନୀତିର ଏହି ଖରାପ ଗୁଣ ଭାରତର ସମସ୍ତ ଅନୁଷ୍ଠାନରେ ପରିବାରବାଦକୁ ପୋଷୁଛି। ଏଥିଯୋଗୁ ଦେଶର ପ୍ରତିଭାକୁ କ୍ଷତି ପହଞ୍ଚୁଛି। ତେଣୁ ପରିବାରବାଦ ବିରୋଧରେ ଲଢ଼ିବା ପାଇଁ ଦେଶର ଯୁବକଙ୍କ ସମର୍ଥନ ଚାହୁଁଛି ବୋଲି ମୋଦି କହିଛନ୍ତି।
ସେହିପରି ଦୁର୍ନୀତି ବିରୋଧରେ ମଧ୍ୟ ମୋଦି ବିରୋଧୀଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି । ଦୁର୍ନୀତିକୁ ସମର୍ଥନ କରୁଥିବା ଲୋକଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସଲ ଦୁର୍ନୀତି ବିରୋଧୀ ଲଢ଼େଇରେ ଦେଶବାସୀଙ୍କ ସହାୟତା ମାଗିଛନ୍ତି। ଏଥିସହ ସେ କହିଛନ୍ତି, ଦୁର୍ନୀତିକୁ ସମୂଳେ ଧ୍ୱଂସ କରିବା ଉଚିତ। ଭାରତର ଲୋକେ ଗରିବୀ ସହ ଲଢ଼ୁଛନ୍ତି। ତେଣୁ ଆମକୁ ପୂରା ସାହସର ସହ ଦୁର୍ନୀତି ବିରୋଧରେ ଲଢ଼ିବାକୁ ହେବ। ନୂଆ ଭାରତ ପାଇଁ ଦେଶରୁ ଦୁର୍ନୀତିକୁ ହଟାଇବାକୁ ହେବ ବୋଲି ମୋଦି କହିଛନ୍ତି।
Powered by Froala Editor
