ମୁଣ୍ଡଳୀରେ ବିପଦ ସଙ୍କେତ ଟପିଲା ଜଳସ୍ତର

ମୁଣ୍ଡଳୀରେ ବିପଦ ସଙ୍କେତ ଟପିଲା ଜଳସ୍ତର

ରାଜ୍ୟ ଖବର

କଟକ: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବା ବେଳେ  କଟକ ଜିଲ୍ଲାରେ ମୁଣ୍ଡଳି ଠାରେ ମହାନଦୀ ବିପଦ ସଂକେତ ଟପିଛି। ମୁଣ୍ଡଳିରେ ବିପଦ ସଂକେତ ୯୭.୨୫ ଫୁଟ୍  ରହିଥିବା ବେଳେ ଜଳସ୍ତର ୯୭.୩୦ ଫୁଟ୍ ରହିଛି।
ଗତକାଲି କଟକ ଜିଲ୍ଲା ନରାଜ ଠାରେ ମହାନଦୀ ବିପଦ ସଂକେତ ଟପିଥିଲା। ନରାଜ ଠାରେ ବିପଦ ସଂକେତ  ୬.୪୧ ମିଟର ରହିଥିବା ବେଳେ  ଜଳସ୍ତର ୨୬.୬୮ ମିଟର ରହିଥିଲା।

ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମରେ ୨୬ଟି ଗେଟ୍‌ ଖୋଲାଯାଇଥିବା ସତ୍ତ୍ୱେ ସେଠାରେ ଜଳସ୍ତର ବଢ଼ିଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଭଣ୍ଡାରର ଜଳସ୍ତର ୬୨୫.୦୪ ଫୁଟ୍ ରହିଛି। । ଡ୍ୟାମକୁ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଲକ୍ଷ ୩୪ ହଜାର ୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଗତକାଲି ହୀରାକୁଦ ଡ୍ୟାମର ୮ଟିକୁ ବନ୍ଦ କରି ଦିଆଯାଇଥିଲା।

ମହାନଦୀରେ ଆସୁଥିବା ବନ୍ୟାପାଇଁ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ଏଥିସହ ଏସଆରସି ନିର୍ବାଚିତ ପ୍ରତିନିଧି ମାନଙ୍କ ସହଯୋଗ ଲୋଡିଛନ୍ତି। ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନକୁ ଓଡ୍ରାଫ୍ ଟିମ୍ ପଠାଯାଇଛି ବୋଲି ଏସ୍ଆ‌ରସି  କହିଛନ୍ତି।

Powered by Froala Editor