ଏଭଳି କଥା ଝିଅ ନିଜ ମା’ ସହିତ ଆଲୋଚନା କରିିବା ନିହାତି ଜରୁରୀ

ଏଭଳି କଥା ଝିଅ ନିଜ ମା’ ସହିତ ଆଲୋଚନା କରିିବା ନିହାତି ଜରୁରୀ

ବିଶେଷ ଖବର

ମା’ ଝିଅର ସବୁଠାରୁ ଭଲ ବାନ୍ଧବୀ। ତେବେ ପ୍ରାୟ ପରିବାରରେ ଦେଖାଯାଏ, ଝିଅମାନେ ବଡ ହେବା ପରେ ମା’ଠାରୁ ବହୁତ କଥା ଲୁଚାଇ ରଖନ୍ତି। ଏଥିପାଇଁ ପରେ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ବି ହୋଇଥାଏ। ତେବେ ସମାଜ ସମ୍ପର୍କରେ ମା’ମାନଙ୍କ ଅନୁଭବ ଝିଅଠାରୁ ଅଧିକ ହୋଇଥିବା ବେଳେ ଏଭଳି କେତେକ କଥା ଝିଅ ନିଜ ମା’ ସହିତ ଆଲୋଚନା କରିିବା ନିହାତି ଜରୁରୀ-
ମା’ ସହିତ ମନକଥା ବାଣ୍ଟିଲେ ସେ ଜଣେ ଭଲ ପଥପ୍ରଦର୍ଶକ ଭଳି ବାଟ ଦେଖାଇଥାନ୍ତି। ତେଣୁ ପାଠପଢା ସହ ବୟସ ପ୍ରଭାବରେ କେବେ କେଉଁଠି ମନ ଲାଗିଗଲେ ନିଜ ପ୍ରେମ ସମ୍ପର୍କରେ ବି ମା’ଙ୍କୁ ଜଣାଇବା ଉଚିତ।
ମା’ଙ୍କୁ ନିଜ ପସନ୍ଦ-ନାପସନ୍ଦ ବିଷୟରେ ଖୋଲାଖୋଲି କହିଦେବା ଉଚିତ। ନିଜ ଭବିଷ୍ୟତ ଯୋଜନା, ସ୍ବପ୍ନ ଆଦି ସମ୍ପର୍କରେ ମା’ଙ୍କ ସହ କଥା ହୋଇଥିଲେ, ସେ ଏ ଦିଗରେ ସଫଳ ହେବାକୁ ନିଶ୍ଚୟ ସାହାଯ୍ୟ କରିବେ ଏବଂ ବାଟ ଦେଖାଇଦେବେ।
ସାଙ୍ଗସାଥୀ ହେବା ଲାଗି ଝିଅକୁ ମନା କରାଯାଏ ନାହିଁ, କିନ୍ତୁ ଝିଅ ବି ନିଜ ବନ୍ଧୁବଳୟ ବାବଦରେ ମା’ଙ୍କୁ କହିରଖିବା ଉଚିତ। ଏପରିକି କୌଣସି ସାଙ୍ଗର ଭଲ-ମନ୍ଦଗୁଣ ସମ୍ପର୍କରେ ମା’ଙ୍କୁ ଜଣାଇଲେ ତାଙ୍କ ସହ କିପରି ମିଶିବା ଉଚିତ, ମା’ ବି ଜଣାଇପାରିବେ।
କର୍ମଜୀବୀ ହୋଇଥିଲେ ମଧ୍ୟ ମା’ଙ୍କୁ ନିଜ କାର୍ୟ୍ୟାଳୟର ହାଲ୍‌ଚାଲ ଜଣାଇବା ଜରୁରୀ। ସହକର୍ମୀମାନଙ୍କ କଥାବାର୍ତ୍ତା, ବ୍ୟବହାର ସମ୍ପର୍କରେ ମା’ଙ୍କ ପାଖରେ ସୂଚନା ଥିଲେ ଭଲ-ମନ୍ଦ ସମୟରେ ସେ ନିଶ୍ଚୟ ସହଯୋଗ କରିପାରିବେ।
କେବଳ ବାହାର ଲୋକ ନୁହନ୍ତି, ସମ୍ପର୍କୀୟମାନଙ୍କ ବ୍ୟବହାରକୁ ନେଇ ଅଶ୍ବସ୍ତି ଅନୁଭବ କରୁଥିଲେ ବି ମା’ଙ୍କୁ ଜଣାଇବା ଉଚିତ। ଏହାଦ୍ବାରା ମା’ଙ୍କ ସୁରକ୍ଷା ବଳୟ ଭିତରେ ବେଶ୍‌ ସୁରୁଖୁରୁରେ ଜୀବନରେ ଆଗକୁ ବଢିପାରିବେ।

Powered by Froala Editor