ପୁରା ଦିନର ଥକ୍କା ପରେ, ଯେତେବେଳେ ଆପଣ ଆରାମରେ ଶୋଇଥା’ନ୍ତି, ଶରୀର ଅତ୍ୟନ୍ତ ଆରାମଦାୟକ ଅନୁଭବ କରିଥାଏ। ସମସ୍ତେ ନିଜ କମଫର୍ଟ ଅନୁଯାୟୀ ଶଯ୍ୟା ପ୍ରସ୍ତୁତ କରନ୍ତି। ଶୋଇବା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ପିଠି ଯନ୍ତ୍ରଣା ହେତୁ ଅନେକ ଲୋକ ପତଳା ଗଦି ଉପରେ ଶୋଇଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭୂମିରେ ଶୋଇବା ବି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଭୂମିରେ ଶୋଇବାର ଉପକାରିତା ବିଷୟରେ।
ମେରୁଦଣ୍ଡ ଶକ୍ତିଶାଳୀ ହୋଇଥାଏ :
ଥକ୍କାପଣ ଏବଂ ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ଅନେକ ଲୋକଙ୍କ ପିଠିରେ ଯନ୍ତ୍ରଣା ହୋଇଥାଏ। ଯାହାକୁ କମ୍ କରିବା ପାଇଁ ଅନେକ ଔଷଧ ଖାଇବା ସହିତ ବ୍ୟାୟାମ କରନ୍ତି। କିନ୍ତୁ ତାହା ଦ୍ୱାରା ବି କୌଣସି ଆରାମ ମିଳିନଥାଏ। ଦୀର୍ଘ ସମୟ ଧରି ଗଦି ଉପରେ ଶୋଇବା ଦ୍ୱାରା ମେରୁଦଣ୍ଡ କଠିନ ହୋଇଯାଏ ଏବଂ ଏହାର ସିଧା ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଶେଷଜ୍ଞମାନେ ଭୂମିରେ ଶୋଇବାକୁ ପରାମର୍ଶ ଦେଇଥାନ୍ତି।
ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ :
ଭୂମିରେ ଶୋଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ବହୁତ ଭଲ ହୋଇଥାଏ ଏବଂ ଆମ ଶରୀର ଓ ମନ ମଧ୍ୟରେ ସମନ୍ୱୟ ରହିଥାଏ। ଯେଉଁଥିପାଇଁ ମସ୍ତିସ୍କ ସଂପୂର୍ଣ୍ଣ ସତେଜ ଅନୁଭବ କରିଥାଏ। ଭୂମିରେ ଶୋଇବା ନିଦ ଭଲ ହୋଇଥାଏ ଏବଂ ଆପଣ ସମ୍ପୂର୍ଣ୍ଣ ଫିଟ୍ ଅନୁଭବ କରିଥାନ୍ତି।
ଷ୍ଟ୍ରେସ୍:
ଅନେକ ଲୋକ ମହଙ୍ଗା ଗଦି ଉପରେ ଶୋଇ ମଧ୍ୟ ଆରାମ ଅନୁଭବ କରନ୍ତି ନାହିଁ । ଏହାର କାରଣ ଷ୍ଟ୍ରେସ୍ ହୋଇଥାଏ। ଷ୍ଟ୍ରେସ୍ ଆମ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ ଏବଂ ଶୋଇବାରେ ଅସୁବିଧା ହୋଇଥାଏ। ତେଣୁ ବିଶେଷଜ୍ଞମାନେ ତଳେ ଶୋଇବାକୁ ପରାମର୍ଶ ଦିଅନ୍ତି କାରଣ ଏହା ଆପଣଙ୍କୁ ଆରାମଦାୟକ ନିଦ ଦେଇଥାଏ। ଯେକୌଣସି ପ୍ରକାରର ଚାପରୁ ମୁକ୍ତି ମିଳିଥାଏ।
ରକ୍ତ ସଞ୍ଚାର :
ଶରୀରରେ ଦୁର୍ବଳତାର ଅନ୍ୟତମ କାରଣ ରକ୍ତ ସଞ୍ଚାଳନ ହୋଇଥାଏ। ଭୂମିରେ ଶୋଇବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏହା ମାଂସପେଶୀ ଯନ୍ତ୍ରଣାରୁ ଆରାମ ଦେଇଥାଏ ।
Powered by Froala Editor
