ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ଥିବାବେଳେ ପୁଣି ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ରାଜ୍ୟବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଉତ୍ତର-ପୂବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗେପସାଗରରେ ଲଘୁଚାପ କ୍ଷେତ୍ରଟି ରହିଛି । ଏହା ଆଗାମୀ ୧୨ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ଓ ଆଗାମୀ ୨୪ଘଣ୍ଟାରେ ଅବପାତର ରୂପ ନେବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି । କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଆଉ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପଟେ ବର୍ତ୍ତମାନ ହୀରାକୁଦରେ ୪୦ଟି ଗେଟ୍ ଦେଇ ଜଳ ନିସ୍କାଷିତ ହେଉଛି । ଫଳରେ ରାଜ୍ୟର ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଉଥିବାରୁ ଗାଁ’ ଭିତରକୁ ବନ୍ୟା ପାଣି ମାଡିଯାଇଛି । ଅନେକ ଅଂଚଳ ଜଳମଗ୍ନ ହୋଇଥିବାବେଳେ ଅନେକ ଗାଁ’ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁ୍ଖୀନ ହେଉଛନ୍ତି । ଚାରିଆଡେ ଖାଲି ପାଣି ଆଉ ପାଣି । ଏହାରି ଭିତରେ ଲୋକ ଖାଇବା, ପିଇବାକୁ ପାଉନାହାନ୍ତି । ଶହ ଶହ ହେକ୍ଟର ଚାଷ ଜମି ବୁଡି ଯାଇଛି । ରାସ୍ତରେ କୁମ୍ଭୀର ଓ ସାପ ଆତଙ୍କ ଭିତରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।
Powered by Froala Editor
