ପାଣିଭର୍ତ୍ତି ଗାତରେ ପଡି ଶିଶୁ ମୃତ

ପାଣିଭର୍ତ୍ତି ଗାତରେ ପଡି ଶିଶୁ ମୃତ

ରାଜ୍ୟ ଖବର

ନୀଳଗିରି : ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା । ଲଗାଣ ବର୍ଷାରେ ଓଡିଶାର ହାଲ ବେହାଲ ହୋଇଯାଇଥିଲା । ବର୍ଷାପାଣିରେ ଚାରିଆଡ ବୁଡିଯାଇଥିଲା । ଏହାରି ଭିତରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବର୍ଷାପାଣି ଭର୍ତ୍ତି ଗାତରେ ଏକ ପାଞ୍ଚବର୍ଷର ଶିଶୁ ପଡି ମୃତୁ୍ୟବରଣ କରିଛି । ଏହି ଦୁଃଖଦ ଘଟଣାଟି ଘଟିଛି ବେଗୁନିଆ ଗାଁ’ରେ  । 

ସୂଚନା ଅନୁସାରେ ଏହି ଗ୍ରାମରେ ଏକ ଜଳପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ ରହିଥିଲା । ଲଗାଣ ବର୍ଷା ଯୋଗୁଁ ଖୋଳାଯାଇଥବା ଗାତରେ ବର୍ଷା ପାଣି ଜମିଯାଇଥିଲା । ଶିଶୁଟି ଜାଣି ନପାରି ପଡିଯିବା ଫଳରେ ତା’ର ମୃତୁ୍ୟ ହୋଇଥିଲା ।
ଅଂଚଳ ବାସିନ୍ଦାମନେ ଖୋଳାଯାଇଥିବା ଗାତ କତ୍ତୃପକ୍ଷ ପୋତି ନଥିବା ଅଭିଯୋଗ କରିଛନ୍ତି । ଏଭଳି ଅଭାବନୀୟ ଘଟଣାକୁ  ନେଇ ସାରା ପଂଚାୟତରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖା ଦେଇଛି ।  

 

Powered by Froala Editor