ମହାନଦୀ ସିଷ୍ଟମରେ ୭ଟା ଘାଇ : ବିଜୟ ମିଶ୍ର

ମହାନଦୀ ସିଷ୍ଟମରେ ୭ଟା ଘାଇ : ବିଜୟ ମିଶ୍ର

ରାଜ୍ୟ ଖବର

ଭୁବନେଶ୍ୱର : ବନ୍ୟାସ୍ଥିତି ନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ  ବିଜୟ ମିଶ୍ର ପ୍ରତିକ୍ରିୟା ଦେଇଛିନ୍ତ । ସେ କହିଛନ୍ତି ହୀରାକୁଦରୁ ଛଡ଼ା ଯାଇଥିବା ପାଣି ମୁଣ୍ଡଳିରେ ଆଜି ସନ୍ଧ୍ୟାରେ ପହଞ୍ଚିବ । ହୀରାକୁଦ ଜଳ ମିଶିବା ପରେ ମୁଣ୍ଡଳିରେ  ୧୦ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେବ । 

ସେ କହିଛନ୍ତି, ହୀରାକୁଦ୍ ଡ୍ୟାମରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ଦିନକ ପୂର୍ବରୁ ହୀରାକୁଦ ଜଳଭଣ୍ଡାରରୁ ଖୋଲାଯାଇଥିବା ୧୪ଟି ଗେଟ୍ ପାଣି ଆଜି ସନ୍ଧ୍ୟାରେ ମୁଣ୍ଡୁଳିରେ ମିଶିବ । ହୀରାକୁଦ୍ ଡ୍ୟାମର ଗେଟ୍ ବନ୍ଦ ସମ୍ପର୍କରେ ଆଜି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି  ନିଆଯିବ । 

ଏହା ସହିତ ସେ ଆହୁରି ମଦ୍ୟ କହିଛନ୍ତି ଯେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ରୁ ୪ ଦିନ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଣ୍ଡୁଳିରେ କିପରି  ୮ରୁ ୯ କୁ୍ୟସେକ୍ ଜଳ ପ୍ରବାହିତ  ହେବ ସେନେଇ ଚେଷ୍ଟା କରରାଯିବ ଓ ମହାନଦୀ ସିଷ୍ଟମରେ ମୋଟ୍ ୭ଟା ଘାଇ ହୋଇଛି । ବର୍ଷା କମିବା ପରେ ଏହି ଘାଇର ମରାମତି କରାଯିବ । ଲଘୁଚାପ ପ୍ରଭାବରେ ୨୦ ଓ ୨୧ ତାରିଖରେ ମହାନଦୀର ଉପରମୁଣ୍ଡରେ ବର୍ଷା  ହେବ । ୧୯ ଓ ୨୦ ତାରିଖରେ ମହାନଦୀରେ ତଳମୁଣ୍ଡରେ ବର୍ଷା ହେବ । ମହାନଦୀକୁ ଛାଡି ନେଲେ ଅନ୍ୟ ନଦୀମାନଙ୍କର ଜଳସ୍ତର କମୁଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ।

 

Powered by Froala Editor