ଭୁବନେଶ୍ୱର : ବନ୍ୟା ପ୍ରଭାବିତ ଅଂଚଳରେ ଆସନ୍ତା ୧୫ ଦିନ ରିଲିଫ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଆକାଶ ମାର୍ଗରୁ ବନ୍ୟାଂଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଆଜି ହେଲିକପ୍ଟର ଯୋଗେ ନବୀନ ବନ୍ୟା ଅଂଚଳ ଅନୁଧ୍ୟାନ କରିଥିଲେ ।
ରାଜ୍ୟର ଅନେକ ସ୍ଥାନରେ ବନ୍ୟା ହୋଇଛି । ବନ୍ୟା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗାଁ ଗାଁରେ ଆଣ୍ଠୁଏ ଆଣ୍ଠୁଏ ପାଣି ହୋଇଥିବାବେଳେ ଜନଜୀବନ ଠପ ହୋଇଯାଇଛି । ଧାନ କିଆରୀ ଏବେ ଜଳାର୍ଣ୍ଣବ ହୋଇଯାଇଛି । ହଠାତ ବଡ଼ ବନ୍ୟା ହୋଇଥିବାରୁ ଲୋକମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି । ବନ୍ୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ହେଉଥିବାବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଯୋଜନା କରାଯାଇଛି ।
Powered by Froala Editor
