ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ ଆମେ ପାଳନ କରୁ ବିଶ୍ୱ ମାନବିକତା ଦିବସ । ଯୁଦ୍ଧ ଓ ସଂଘର୍ଷ ସ୍ଥିତିର ସମ୍ମୁଖୀନ ହେଉଥିବା ସମଗ୍ର ବିଶ୍ୱର ନାଗରିକ ମାନଙ୍କ ଦୁଃଖ ଉପରେ ସଚେତନତା ସୃଷ୍ଟି କରିବା, ମାନବସେବାରେ ଜୀବନ ଉସôର୍ଗ କରିଥିବା ଓ ପ୍ରାଣ ହରାଇଥିବା ସେବକଙ୍କୁ ସମ୍ମାନ ଓ ସମର୍ଥନ ପ୍ରଦାନ ଏହି ଦିବସର ଉଦେ୍ଧଶ୍ୟ । ବିଶ୍ୱରେ ବର୍ତ୍ତମାନ ୧୩୦ନିୟୁତରୁ ଅଧିକ ଲୋକ ଯୁଦ୍ଧ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ସଙ୍କଟରେ ସମ୍ମୁଖୀନ ହେଉଛନ୍ତି ।
ସେମାନଙ୍କର ମାନବୀୟ ସହାୟତା ଅତ୍ୟନ୍ତ ଆବଶ୍ୟକ । ୨୦୦୮ ମସିହାରେ ଜାତୀସଂଘର ସାଧାରଣ ସଭା ଦ୍ୱାରା ବିଶ୍ୱ ମାନବିକତା ଦିବସ ପ୍ରତିଷ୍ଠା ହୋଇଥିଲା । ୨୦୦୯ ମସିହାରେ ଆନୁଷ୍ଠାନିକ ଭାବେ ଏହା ପାଳିତ ହୋଇଥିଲା । ୨୦୦୩ ମସିହା, ଅଗଷ୍ଟ ୧୯ ତାରିଖରେ ବାଗଦାଦର କାନାଲ ହୋଟେଲ ବିସ୍ଫୋରଣ ସୃତିରେ ଏହି ଦିବସ ପାଳନ କରାଯାଉଛି । ଏହି ବୋମା ବିସ୍ଫୋରଣରେ ଜାତିସଂଘର ମାନବାଅଧିକାର ହାଇକମିଶନର ସର୍ଗିଓ ଭାଇରା ଡ଼ି ମେଲୋଥଙ୍କ ସମେତ ଆଉ ୨୦ଜଣ ପ୍ରାଣ ହରାଇଥିଲେ ।
Powered by Froala Editor
