ମୁମ୍ବାଇ: ସାମାଜିକ ଗଣମାଧ୍ୟମରୁ ଏବେ କୌଣସି କଥା ଅଛପା ହୋଇ ରହୁନାହିଁ। ଯେଉଁ ଖବରଗୁଡ଼ିକ ଲୋକଲୋଚନକୁ ଆସିପାରୁ ନାହିଁ ସେ ସବୁ ସୋସିଆଲ ମିଡିଆରେ ଘୁରିବୁଲୁଛି। ଅନ୍ୟପଟେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ୟୁଜରଙ୍କ ଟ୍ରୋଲ ଏକ ଟ୍ରେଣ୍ଡ ପାଲଟିଛି। ଆଉ ବଲିଉଡ୍ର ମିଷ୍ଟର ପ୍ରଫେକ୍ସନାଲିଷ୍ଟ କୁହାଯାଉଥିବା ଆମିର ଖାନ୍ ଏହି ଟ୍ରୋଲ୍ର ଶିକାର ହୋଇଛନ୍ତି। ସୋସିଆଲ ମିଡିଆ ୟୁଜରଙ୍କ ପାଇଁ ପିକେ ଫିଲ୍ମ ନାୟକ ଆମିର ଏବେ ପାଲଟିଛନ୍ତି ଫ୍ଲପ୍ ହିରୋ।
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ୍ ସିଂ ଚଢ଼ା’କୁ ଲୋକେ ବଏକଟ୍ କରିବା ପରେ ଆମିରଙ୍କ ଅଡ଼ୁଆ ଏବେ ବଢ଼ିଯାଇଛି। ନିଜ ଫିଲ୍ମି କ୍ୟାରିୟର୍ ଫେମ୍କୁ ଅକ୍ଷୁଣ୍ଣ ଖିବା ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମରେ ୧୮୦ କୋଟି ଟଙ୍କା ବିନିମୟରେ ତିଆରି ହୋଇଥିବା ଫିଲ୍ମ ‘ଲାଲ୍ ସିଂ ଚଢ଼ା’ ରିଲିଜ୍ର ପ୍ରଥମ ସପ୍ତାହରେ ୫୦ କୋଟିରୁ କମ୍ ଟଙ୍କାର ବ୍ୟବସାୟ କରିଛି। ବକ୍ସ ଅଫିସ୍ରେ ଖରାପ ପ୍ରଦର୍ଶନ କରିବା ନେଇ ଫିଲ୍ମରେ ସାମିଲ ଡିଷ୍ଟ୍ରିବ୍ୟୁଟରମାନଙ୍କୁ ଆମିର ଖାନ୍ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି।
ଅନ୍ୟପଟେ ଦେଖିବାକୁ ଗଲେ ସମ୍ପ୍ରତି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସତ୍ତା ବୁଡ଼ିବା ଉପରେ। କାରଣ ସିନେପ୍ରେମୀ ସବୁ ପାନ୍ ଇଣ୍ଡିଆ ଫିଲ୍ମ ମୁହାଁ ହୋଇଥିବାବେଳେ ଫିଲ୍ମର ଚାହିଦା କମି ଓ୍ବେବ୍ ସିରିଜ୍ର ଚାହିଦା ବଢ଼ିଛି।
Powered by Froala Editor
