କାଠରେ ରାଷ୍ଟ୍ରପତିଙ୍କ ବିଶାଳ କଳାକୃତି  କରିଛନ୍ତି ରାହୁଲ ଭାର୍ଗବ

କାଠରେ ରାଷ୍ଟ୍ରପତିଙ୍କ ବିଶାଳ କଳାକୃତି କରିଛନ୍ତି ରାହୁଲ ଭାର୍ଗବ

ଜାତୀୟ ଖବର


ଚଳିତ ବର୍ଷ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଇନ୍ଦୋର ବାସିନ୍ଦା ଜଣେ କଳାକାର ବର୍ଜ୍ୟ କାଠରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଏକ କଳାକୃତି ନିର୍ମାଣ କରିଛନ୍ତି । କଳାକୃତିର ଆୟୋଜ କ ରାହୁଲ ଭାର୍ଗଭ କହିଛନ୍ତି, ୫୦ ଜଣଙ୍କ ମିଳିତ ପ୍ରୟାସରେ ଏହି କଳାକୃତି ପ୍ରସ୍ତୁତ ହୋଇଛି । ରାହୁଲଙ୍କ କମ୍ପାନି ଶିକୁଞ୍ଜ ଡ଼ଟ କମ୍‌
ନାରୀ ସଶକ୍ତୀକରଣ ପାଇଁ କାର୍ଯ୍ୟ କରୁଛି । କଳାକାର ସାହିଲ  ଲାହିରି ଓ ତାଙ୍କ ଟିମ୍‌ ସହ ମିଶି ରାହୁଲଙ୍କ ଟିମ୍‌ ୪ହଜାର ବର୍ଗଫୁଟର ଏହି କଳାକୃତି ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ସେମାନଙ୍କୁ ୫ଦିନ ସମୟ ଲାଗିଥିଲା ।

ଓଡ଼ିଶାର ଜନଜାତି ମହିଳା ଦ୍ରୌପଦୀ ମୁର୍ମୁ ଗତ ଜୁଲାଇ ୨୫ ତାରିଖରେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ରୂପେ ଶପଥ ନେଇଥିଲେ । ସେ ହେଉଛନ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ମଣ୍ଡନ କରିଥିବା ସର୍ବକନିଷ୍ଠ ଏବଂ ପ୍ରଥମ ଜନଜାତି ମହିଳା । ସ୍ୱାଧୀନତା ପରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି ମଧ୍ୟ ।

Powered by Froala Editor