ଓଭରବ୍ରିଜ ଉପରେ ଲାଗିଲା କଟକଣା

ଓଭରବ୍ରିଜ ଉପରେ ଲାଗିଲା କଟକଣା

ରାଜ୍ୟ ଖବର

ଭୁବନେଶ୍ୱର: ଜାତୀୟ ରାଜପଥ ୧୬ ନହରକଣ୍ଟା ଫ୍ଲାଏ ଓଭର ନିର୍ମାଣ ପାଇଁ କମିଶନରେଟ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଛି। କଟକ ପଟୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମସ୍ତ ଯାନଗୁଡିକ ଡାହଣ ପାଶ୍ୱର୍ ପୁରୀ କେନାଲ ଠାରୁ କୁଆଖାଇ ବ୍ରିଜ ପର୍ୟ୍ୟନ୍ତ ଆସିବା ପରିବର୍ତ୍ତେ ବ୍ରିଜ ମଧ୍ୟରେ ଥିବା ସର୍ଭିସ ରୋଡ୍‌ରେ ଯିବେ । ଯାହା ଫଳରେ ଟ୍ରାଫିକ ଜାମ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହଜ ହେବ ।

ଏହା ସହିତ ଯାତାୟାତରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ଏହି ନିୟମ ଅଗଷ୍ଟ ୨୨ ତାରିଖରୁ ଡିସେମ୍ବର ୨୫ ତାରିଖ ପର୍ୟ୍ୟନ୍ତ ଲାଗୁ ହୋଇଛି । ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ  ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସୂଚନା ଦେଇଛନ୍ତି ।

Powered by Froala Editor