ବାଲେଶ୍ବର: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଉତ୍ତର ବାଲେଶ୍ଵରର ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଅନୁରୋଧ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏହାସହ ପ୍ରଶାସନ ପକ୍ଷରୁ ଜଳେଶ୍ବର ବ୍ଳକରେ ଅଗ୍ନିଶମ ବିଭାଗର ୨ଟି ଟିମ, ଏନଡିଆରଏଫର ଗୋଟିଏ ଟିମ ଓ ଓଡ୍ରାଫର ଗୋଟିଏ ଟିମ୍ ନିୟୋଜିତ ଅଛନ୍ତି।
ସେହିପରି ବାଲିଆପାଳ ବ୍ଳକରେ ଅଗ୍ନିଶମ ବିଭାଗର ୪ଟି ଟିମ ଓ ଏନଡିଆରଏଫ ୨ଟି ଟିମ ରହିଛନ୍ତି । ଭୋଗରାଇରେ ଅଗ୍ନିଶମ ବିଭାଗର ୨ଟି ଟିମ ଓ ଏନଡିଆରଏଫର ଗୋଟିଏ ଟିମ ଉଦ୍ଧାର କାର୍ୟ୍ୟ ପାଇଁ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ବାଲିଆପାଳ, ଭୋଗରାଇ, ଜଳେଶ୍ବର ବ୍ଲକର ବିଭିନ୍ନ ପଞ୍ଚାୟତରେ ଲୋକମାନେ ଜଳବନ୍ଦୀରେ ଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଜଳବନ୍ଦୀରେ ଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି।
Powered by Froala Editor
