ସ୍ୱାମୀ-ସ୍ତ୍ରୀ ଶୋଇଥିଲେ,ପେଟ୍ରୋଲ୍ ଢାଳି ନିଆଁ ଲଗାଇଲେ

ସ୍ୱାମୀ-ସ୍ତ୍ରୀ ଶୋଇଥିଲେ,ପେଟ୍ରୋଲ୍ ଢାଳି ନିଆଁ ଲଗାଇଲେ

ରାଜ୍ୟ ଖବର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧଗୋଠ ଗ୍ରାମରେ   ସ୍ୱାମୀ-ସ୍ତ୍ରୀ ଶୋଇଥିବା ସମୟରେ ବାହାର ପଟୁ ତାଲା ପକାଇ ପେଟ୍ରୋଲ୍ ଢାଳି ନିଆଁ ଲଗାଇଲେ ଅଜଣା ଲୋକ । ନିଆଁରେ ପୋଡି ହୋଇ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଗୁରୁତର ସ୍ୱାମୀ-ସ୍ତ୍ରୀ ହେଉଛନ୍ତି ଧଗୋଠ ଗ୍ରାମର ଉଗ୍ରସେନ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତି । ଗତକାଲି ରାତିରେ ଉଭୟ ସ୍ବାମୀ ସ୍ତ୍ରୀ ଖାଇ ସାରିବା ପରେ ତାଙ୍କ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଆସି ପ୍ରଥମେ ତାଙ୍କ ଘର ସମେତ ଆଖପାଖ ପେଡ଼ୋଶୀ ଘର ଗୁଡ଼ିକରେ ବାହାର ପଟୁ ତାଲା ପକାଇ ଦେଇଥିଲେ । ପରେ ତାଙ୍କ ଉପରେ ପେଟ୍ରୋଲ୍ ପକାଇ ନିଆଁ ଲଗାଇଥିଲେ ।

ତାଙ୍କ ଚିତ୍କାର ଶୁଣି ଆଖପାଖ ପଡ଼ୋଶୀ ଘର ଗୁଡ଼ିକରେ ବାହାର ପଟୁ ତାଲା ପଡ଼ିଥିବା କାରଣରୁ ଚେଷ୍ଟା କରିଥିଲେ ମଧ୍ୟ ବି ଶୀଘ୍ର ଆସିପାରି ନଥିଲେ । ବିଳମ୍ୱରେ ଆସି ତାଙ୍କ ଘରର ତାଲା ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ଉଭୟ ସ୍ୱାମୀ ସ୍ତ୍ରୀ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ । ଉଭୟଙ୍କୁ ପ୍ରଥମେ ହରିଚନ୍ଦନପୁର୍ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳୁ ପୋଲିସ ତଦନ୍ତ ଆରମ୍ଭ କରିଛି ।

Powered by Froala Editor