ନୀତୀଶଙ୍କ ଗାଡି ପଟୁଆର ଉପରେ ଆକ୍ରମଣ

ନୀତୀଶଙ୍କ ଗାଡି ପଟୁଆର ଉପରେ ଆକ୍ରମଣ

ରାଜ୍ୟ ଖବର


ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁମାରଙ୍କ ସୁରକ୍ଷା ଗାଡି ଉପରେ ଆଜି କିଛି ଲୋକ ଆକ୍ରମଣ କରଛନ୍ତି । ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ନ ଥିବା ବେଳେ ସେମାନଙ୍କ ଟେକା ପଥର ମାଡରେ  ୪ଟି ଗାଡି କ୍ଷତିଗ୍ରସ୍ତ ହୋଇଇଛି ।  ତେବେ ଏ ଥିରେ ମୁଖ୍ୟମନ୍ତ୍ରୀ ନଥିଲେ  । ସୂଚନାଯୋଗ୍ୟ ପ୍ରାୟ ସପ୍ତାହକ  ତଳେ ନିଖୋଜ ହୋଇଯାଇଥିବା ଯୁବକର ମୃର ଶରୀର ବେଉରଠାରେ ମିଳିବା ପରେ ଉତ୍ଥ୍ୟକ୍ତ ଜନତା ଗୌରୀଛକରେ  ସୋହଗିଠାରେ  ପାଟନା -ଗୟା ମୁଖ୍ୟରାସ୍ତା ଅବରୋଧ କରିଥିଲେ ।

ଠିକ ଏତିକି ବେଳେ ନୀତିଶ କୁମାରଙ୍କ ଗାଡି  ପଟୁଆର ଆସିଲା । ମୁଖ୍ୟମନ୍ତ୍ରୀଙ୍କ ଗାଡି ଯାଉଥିବାର ଦେଖି ସେମାନେ ଗାଡି ଉପରକୁ ଟେକା ପଥର ମାଡକ ରିଥିଲେ । କିନ୍ତୁ ହେଲିକପ୍ଟରରେ ମୁଖୟମନ୍ତ୍ରୀ ବନ୍ୟାଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିବାରୁ ସେ ଗାଡିରେ ନଥିଲେ ।  

Powered by Froala Editor