ଅନୁଗୁଳ : ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ। ପାଲଲହଡ଼ା ଓକିଲ ସଂଘ ଏହି ବନ୍ଦ ଡାକରା ଦେଇଛି। ପାଲଲହଡ଼ାରେ ଦେୱାନୀ ଅଦାଲତ ପ୍ରତିଷ୍ଠା ଏବଂ ପାଲଲହଡ଼ା ଉପ କାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି।
ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ପାଲଲହଡା ଏବଂ ଖମାର ଠାରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି ଏହି ବନ୍ଦରେ ପାଲଲହଡା ସଚେତନ ନାଗରିକ ସଂଘ, ବଣିକ ସଂଘ, ପାଲଲହଡା ଏବଂ ଖମାର ସାମ୍ବାଦିକ ସଂଘ,ପାଲଲହଡା ବଣିକ ସଂଘ ଏବଂ ଆହୁରି ଅନେକ ସଂଗଠନ ସାମିଲ ଅଛନ୍ତି।
Powered by Froala Editor
