ନୂଆଦିଲ୍ଲୀ : କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ଦଳ ଯେଭଳି ରଣନୀତିରେ କାମ କରିବା କଥା ତାହା କରିନାହିଁ ଏବଂ ରାହୁଲଙ୍କୁ ନେହୁରା ହୋଇ ମାସେ ସମୟ ବରବାଦ କରିଦେଇଛି ବୋଲି ବରିଷ୍ଠ କଂଗ୍ରେସ ନେତା କରଣ ସିଂହ କହିଛନ୍ତି । କଂଗ୍ରେସ ଏଭଳି ସ୍ଥିତିରେ ତୁରନ୍ତ ଅନ୍ତରୀଣ ସଭାପତି ନିଯୁକ୍ତି କରିବା ସହ ୪ ଜଣ କାର୍ଯ୍ୟକାରୀ ସଭାପତି କିମ୍ବା ଉପସଭାପତି ନିଯୁକ୍ତି ଦେବା ଉଚିତ ବୋଲି ସିଂହ କହିଛନ୍ତି । କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଉଚିତ ନିର୍ଣ୍ଣୟ ନ ନେଇ କେବଳ ସମୟ ଅପଚୟ କରୁଛି ବୋଲି ସେ କହିଛନ୍ତି । ଇସ୍ତଫା ଫେରାଇ ନେବାକୁ ରାହୁଲଙ୍କୁ ଆମ ବାଧ୍ୟ କରିପାରିବା ନାହିଁ ବୋଲି ସିଂହ ଏକ ଟେଲିଭିଜନ ସାକ୍ଷାତରକାରରେ କହିଛନ୍ତି ।
