ଖୁସି ଖବର, କେନ୍ଦୁଝର ମେଡିକାଲ କଲେଜରେ ୧୦୦ ସିଟରେ ନାମଲେଖା

ଖୁସି ଖବର, କେନ୍ଦୁଝର ମେଡିକାଲ କଲେଜରେ ୧୦୦ ସିଟରେ ନାମଲେଖା

ରାଜ୍ୟ ଖବର

କେନ୍ଦୁଝର:  କେନ୍ଦୁଝର ଠାରେ ନିର୍ମାଣଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୩ ବର୍ଷରୁ ୧୦୦ MBBS ସିଟ୍‌ରେ ନାମଲେଖା ନିମନ୍ତେ ଅନୁମତି ମିଳିଛି। ନେସନାଲ ମେଡିକାଲ କମିଶନର ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ(ଏମଏଆରବି) ଅଣ୍ଡର ଗ୍ରାଜୁଏଟ ବିଭାଗରୁ ମଙ୍ଗଳବାର ଏହି ଅନୁମତିପତ୍ର ଦିଆଯାଇଛି।
ଏହି ଅନୁମତି ମୁତାବକ, ଉକ୍ତ ଡାକ୍ତରଖାନାର ପରିଚାଳନା ବ୍ୟବସ୍ଥା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ବୋଲି ଜଣାପଡିଛି। ସେପଟେ ଏହି ସରକାରୀ ମେଡିକାଲ କଲେଜ ନିର୍ମାଣ କାମ ଶେଷ ପର୍ୟ୍ୟାୟରେ ପହଞ୍ଚିଛି।

ପ୍ରକାଶ ଥାଉ କି, କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାବାସୀ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ନିମନ୍ତେ ବହୁ ହଇରାଣ ହେଉଛନ୍ତି। ମେଡ଼ିକାଲ କଲେଜରେ ପାଠପଢ଼ା ଆରମ୍ଭ ହେଲେ ଲୋକଙ୍କୁ ଏଠାରେ ପାଠପଢ଼ି ବାହାରିବାକୁ ଥିବା ଡାକ୍ତରଙ୍କ ନିକଟରୁ ଉତ୍ତମ ସେବା ମିଳିବ ବୋଲି ଆଶା ରହିଛି।

Powered by Froala Editor