ଭୁବନେଶ୍ୱର: ଯବାନଙ୍କ ବର୍ଦ୍ଦିରେ ଲାଗିଲା କଳଙ୍କର ଛିଟା । ରୁଜୁ ହେଲା ଦୁଷ୍କର୍ମ ମାମଲା । ଏପରି ଲଜ୍ଜାଜନକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଜଣେ ଯବାନଙ୍କ ନାଁରେ ଏପରି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ପୀଡ଼ିତାଜଣକ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଖଣ୍ଡଗିରି ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛ।
ଯବାନଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ସେ ଏବେ ଜମ୍ମୁ କଶ୍ମୀରରେ କାର୍ୟ୍ୟରତ ଥିବା ଜଣାପଡ଼ିଛି। ଗଞ୍ଜାମସ୍ଥିତ ନିଜ ମାଉସୀ ଘରେ ଯୁବତୀଜଣକ ଥିବା ବେଳେ ଯବାନଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଚିହ୍ନାପରିଚୟ ସମ୍ପର୍କ ଖୁବ୍ ଶୀଘ୍ର ପ୍ରେମ ସମ୍ପର୍କ ଆଡ଼େ ମୁହାଁଇଥିଲା। ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଯବାନଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ପରେ ଆଉ ଧରାଛୁଆଁ ଦେଇ ନ ଥିଲେ। ତେଣୁ ସେ ବାଧ୍ୟ ହୋଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି ଯୁବତୀ ।
କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍ ପୀଡ଼ିତାଙ୍କୁ ଡାକି ପଚରାଉଚରା କରି ଛାଡ଼ିଦେଇଛି ।
Powered by Froala Editor
