ପୁଣି ଗଜରାଜ ନେଲେ ଜୀବନ

ପୁଣି ଗଜରାଜ ନେଲେ ଜୀବନ

ରାଜ୍ୟ ଖବର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲ ଅଧିନ ହଳଦୀପାଳ ପଞ୍ଚାୟତ ଡାଙ୍ଗରବିଲା ଗ୍ରାମଠାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ହାତୀ ଘରର କବାଟ ପଟେ ପ୍ରବେଶ କରି ଉକ୍ତ ଯୁବକଙ୍କୁ ଶୁଣ୍ଢରେ ଟାଣିଆଣି ଥିଲା। ଘର ବାହାରେ ଯୁବକଙ୍କୁ କଚାଡିବା ସହ ଦଳି ଦେଇଥିଲା ।
 ଉକ୍ତ ଯୁବକ ଜଣଙ୍କ ହେଲେ ଶ୍ରୀମନ୍ତ ହାସଦାଃ । ଶ୍ରୀମନ୍ତ ହାସଦାଃ ଙ୍କ ଚିତ୍କାର ଶୁଣି ପାଖ ପୋଡଶୀ ଦୌଡି ଆସିଥିଲେ। କିନ୍ତୁ ହାତୀ କବଳରୁ ଶ୍ରୀମନ୍ତଙ୍କୁ ରକ୍ଷା କରିପାରିନଥିଲେ । ତେବେ ଘରେ ଶ୍ରୀମନ୍ତ ଏକା ଥିଲେ । ପରେ ଖବର ପାଇ ବେତନଟୀ ବନବିଭାଗ ପହଞ୍ଚି ଶ୍ରୀମନ୍ତଙ୍କୁ ବାରିପଦା ମେଡିକାଲ ନେଇଥିଲେ । କିନ୍ତୁ ସେଠାରେ ଶ୍ରୀମନ୍ତ ହାସଦାଃଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ରାସଗୋବିନ୍ଦପୁର ଓ ବେତନଟୀ ବନବିଭାଗ କର୍ମଚାରୀ ମିଳିତ ଭାବେ ଉକ୍ତ ହାତୀକୁ ଘଉଡ଼ାଇ ଦେଇଥିଲେ ।

Powered by Froala Editor