ବାଇକ୍ ସହ ଭାସିଗଲେ ଯୁବକ

ବାଇକ୍ ସହ ଭାସିଗଲେ ଯୁବକ

ରାଜ୍ୟ ଖବର

ଫୁଲବାଣୀ : ରାଜ୍ୟର ଅନେକ ସ୍ଥାନରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳୁଛି । ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଅନେକ ଗ୍ରାମ ଏବେବି ଜଳବନ୍ଦୀରେ ରହିଛନ୍ତି । ବନ୍ୟା ଦୁର୍ଦ୍ଧଶା ଭିତରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହିତ ବର୍ଷା ବି ଥମିବାର ନାଁ ଧରୁନି । ଏହାରି ଭିତରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୋଲରୁ ବାଇକ୍ ସହ ଜଣେ ଯୁବକ ଜଣଙ୍କ ଭାସିଯାଇଛନ୍ତି । 

ସୂଚନା ଅନୁସାରେ ରାତିରେ ପ୍ରବଳ ବର୍ଷା ଯୋଗୁଁ ସାଂଲୁକି ନଦୀର ଜଳସ୍ତର ବ୍ୟଦ୍ଧି ପାଇଥି ଲା ।   ପୋଲ ଉପରେ ପାଣି ଚାଲୁଥିଲା । ଯୁବକ ଜଣଙ୍କ  ସେହି ବାଟ ଦେଇ ଯାଉଥିଲେ । ରାତ୍ରି ହୋଇଥିବା କାରଣରୁ ସେ ଜାଣିପାରିନଥିଲେ । ହଠାତ୍ ନଦୀର ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀ ଏହା ଦେଖିବା ପରେ ଅଗ୍ନୀଶମବାହନୀକୁ ଜଣାଇଥିଲେ । 

ଅଗ୍ନିଶମବାହିନୀ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଜଣଙ୍କର କୌଣସି ପତ୍ତା ମିଳିନାହିଁଁ । ଏଭଳି ଘଟଣା ପାଇଁ ସ୍ଥାନୀୟ ଅଂଚଳରେ  ଆତଙ୍କ ଖେଳିଯାଇଛି ।

Powered by Froala Editor