ଋଷର  ବର୍ବର କାଣ୍ଡ, ରେଳ ଷ୍ଟେସନରେ କଲା ରକେଟ ମାଡ

ଋଷର ବର୍ବର କାଣ୍ଡ, ରେଳ ଷ୍ଟେସନରେ କଲା ରକେଟ ମାଡ

ଜାତୀୟ ଖବର

ମସ୍କୋ : ୟୁକ୍ରେନର ଏକ ରେଳ ଷ୍ଟେସନରେ ଋଷ ରକେଟ ମାଡ଼ କରିବାରୁ ୨୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି  । ଏନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି ସୂଚନା ଦେଇଛନ୍ତି  ।

ଅଗଷ୍ଟ ୨୪ରେ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ଜେଲେନସ୍କି ଏହା କହିଛନ୍ତି  । ଏନେଇ ସେ ଜାତିସଂଘ ସୁରକ୍ଷା ପରିଷଦର ଦୃଷ୍ଟି ଆକର୍ଷଣ କରିଛନ୍ତି  । ୟୁକ୍ରେନର ପୂର୍ବ ପ୍ରାନ୍ତ ଅନ୍ତର୍ଗତ ଋଷୀୟ ଅଧିକୃତ ଦୋନେତସ୍କର ୧୪୫ କିଲୋମିଟର ଦୂରରେ ଥିବା କ୍ଷୁଦ୍ର ନଗରୀ ଚାପଲିନରେ ରୁଷୀୟ ରକେଟ ମାଡ଼ ହୋଇଥିଲା  । ରକେଟ ଟ୍ରେନ ଉପରେ ପଡ଼ିବା ଫଳରେ ୪ଟି ବଗି ପୋଡ଼ିଯାଇଛି  ।  

ଏହି ଅବସରରେ ଜେଲେନସ୍କି କହିଛନ୍ତିଯେ, ଆକ୍ରମଣକାରୀଙ୍କୁ ଆମେ ଦେଶରୁ ବିତାଡ଼ିତ କରିବୁ  । ଏଥିରେ କୌଣସି ସନ୍ଦେହ ନାହିଁ  । ସ୍ୱାଧୀନ ୟୁକ୍ରେନରେ ଦୁର୍ଗତିର ଚିହ୍ନବର୍ଣ୍ଣ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି  । 

Powered by Froala Editor