ଯାଜପୁର: ଯାଜପୁର ଜିଲ୍ଲାରେ। ଅନ୍ଧାର ରାତିର ସୁଯୋଗ ନେଇ ଗ୍ୟାସ କଟରରେ ଏଟିଏମ ମେସିନକୁ ତାଡ଼ି ନେଇ ପଳାଇଲେ ଦୁର୍ବୁତ୍ତ।ଜାତୀୟ ରାଜପଥ ପାର୍ଶ୍ଵ ନେଉଳପୁର ଛକରେ ଥିବା ଏସବିଆଇ ଏଟିଏମ ମେସିନକୁ ଲୁଟେରାମାନେ ତାଡ଼ି ନେଇ ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଏଟିଏମ ମେସିନକୁ ଲୁଟିନେଇଯାଇଥିବା ଜଣାଯାଇଛି। ଆଜି ସକାଳେ ସ୍ଥାନୀୟ ବ୍ୟବସାୟୀ ନିଜ ଦୋକାନ ଖୋଲିବାକୁ ଆସିଥିବା ବେଳେ ଏଟିଏମ୍ ଥିବା ଘର ସଟର ତାଲା ଭାଙ୍ଗି ତଳେ ପଡ଼ିଥିବା ଦେଖିଥିଲେ। ଏନେଇ ସଙ୍ଗେ ସଙ୍ଗେ ଘର ମାଲିକଙ୍କୁ ଖବର ଦେଇଥିଲେ। ଘର ମାଲିକ ସଟର ଟେକି ଦେଖନ୍ତି ତ ଏଟିଏମ ମେସିନ ନାହିଁ। ଏନେଇ ଘର ମାଲିକ ଧର୍ମଶାଳା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏଟିଏମ ମେସିନରେ କେତେ ଟଙ୍କା ଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
Powered by Froala Editor
