କଂଗ୍ରେସର ଭବିଷ୍ୟତ ନେଇ ବଡ଼ ମନ୍ତବ୍ୟ ଦେଲେ ଜୟଦେବ

କଂଗ୍ରେସର ଭବିଷ୍ୟତ ନେଇ ବଡ଼ ମନ୍ତବ୍ୟ ଦେଲେ ଜୟଦେବ

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ  ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୨୦୨୪ ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ  । ବିଜେଡି-ବିଜେପି ଏକାଠି ଅଛନ୍ତି, କଂଗ୍ରେସ ଏକମାତ୍ର ବିକଳ୍ପ ।

ସେ ଦୃଷ୍ଟିରୁ ଦେଖିଲେ ୨୦୨୪ ହେଉଛି ଆମ ପାଇଁ ଶେଷ ସୁଯୋଗ । ଯଦି ୨୦୨୨୪ରେ ଜିତୁ ତେବେ ୧୦/୧୫ ବର୍ଷ କ୍ଷମତାରେ ରହିବୁ  । ୨୦୨୪ ପାଇଁ ଏକଜୁଟ ନହେଲେ ଭଗବାନ ବି ସାହାଯ୍ୟ କରିବେନି ବୋଲି ଜୟଦେବ ଜେନା କହିଛନ୍ତି ।

ପ୍ରକାଶ ଯେ, କଂଗ୍ରେସରେ ଯେତେ ଚେଷ୍ଟା କଲେ ବି ଦଳୀୟ କନ୍ଦଳ ପିଛା ଛାଡ଼ୁନାହିଁ । ବାରମ୍ବାର ପିସିସି ସଭାପତି ପରିବର୍ତ୍ତନ ହେଉଥିଲେ ବି ସଂଗଠନ ମଜଭୁତ ହୋଇପାରୁନାହିଁ । ନିକଟରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଯିବା ପରେ ନୂଆ  ପିସିସି ମୁଖିଆଭାବେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି । ତାଙ୍କ ନିଯୁକ୍ତି ପରେ ସମସ୍ତେ ଭାବୁଥିଲେ କଂଗ୍ରେସ ଏବେ ଉପରକୁ ଉଠିବ । ତେବେ ଏହା ଭିତରେ ବହୁ କର୍ମକର୍ତ୍ତା ସଂଗଠନ ଛାଡ଼ିସାରିଲେଣି  । ଦଳୀୟ ଅସନ୍ତୋଷ ଧୀରେ ଧୀରେ ପୁଣି ମୁଣ୍ଡ ଟେକିଲାଣି । 

 

Powered by Froala Editor