ହାତୀ ମୃତ୍ୟୁ ରୋକିବାକୁ ଜଏଣ୍ଟ ଟାସ୍କ ଫୋର୍ସ

ହାତୀ ମୃତ୍ୟୁ ରୋକିବାକୁ ଜଏଣ୍ଟ ଟାସ୍କ ଫୋର୍ସ

ରାଜ୍ୟ ଖବର

କଟକ: ରାଜ୍ୟରେ  ଗତ କିଛି ଦିନ ଧରି ହାତୀ ମୃତ୍ୟୁ ଘଟିବାରେ ଲାଗିଛି। କେଉଁଠି ହାତୀ ଶିକାରୀଙ୍କ ଗୁଳିବିଦ୍ଧରେ ମୃତ୍ୟୁ ଘଟୁଛି ତ ଆଉ କେଉଁଠି ବିଦ୍ୟୁତ ଆଘାତରେ  ମୃତ୍ୟୁ ଘଟିଛି।   ରାଜ୍ୟର କେତେକ ଜିଲାରେ ହାତୀର ଗୁଳିବିଦ୍ଧ ମୃତଦେହ, ହାତୀ କଙ୍କାଳ  ଗତ କିଛି ଦିନ ଧରି ଠାବ ହୋଇଛି।  ତେବେ ହାତୀ ମୃତ୍ୟୁ ରୋକିବାକୁ ଗଠିତ ହେବ ଜଏଣ୍ଟ ଟାସ୍କ ଫୋର୍ସ । ପୋଲିସ ଓ ବନ ବିଭାଗକୁ ନେଇ ଜଏଣ୍ଟ ଟାସ୍କ ଫୋର୍ସ ଗଠିତ ହେବ ।  

ଏହା ହାତୀ ମୃତ୍ୟୁ ଏବଂ ବନ୍ୟପ୍ରାଣୀ ଚାଲାଣ ରୋକିବ। ପୋଲିସ ଡିଜି  ଏ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ  କରିଛନ୍ତି। ସେପ୍ଟେମ୍ବର ୨୬ ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ।

Powered by Froala Editor