ବିଲକୁ ଯାଇଥିଲେ, ଭାଲୁ ନେଇଗଲା ଜୀବନ

ବିଲକୁ ଯାଇଥିଲେ, ଭାଲୁ ନେଇଗଲା ଜୀବନ

ରାଜ୍ୟ ଖବର

ଘଟଗାଁ : ଭାଲୁ ଆକ୍ରମଣରେ ବୃଦ୍ଧା ମୃତ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମରାଗୋଳା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଗ୍ରାମର ମସୁରି ଜୁଆଙ୍ଗ (  ୬୨)।

ସୂଚନା ଅନୁଯାୟୀ, ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମରାଗୋଳା ଗ୍ରାମର ମସୁରି ଆଜି ନିଜ ବିଲକୁ କାମ କରିବାକୁ ଯାଇଥିଲେ । ଏତିକିବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।



Powered by Froala Editor