‘ତୁମୁଡ଼ିବନ୍ଧ, ବାଲିଗୁଡ଼ା, କ.ନୂଆଗାଁକୁ ସଂଖ୍ୟାଲଘୁ ବ୍ଲକ ଘୋଷଣା କରାଯାଉ’

‘ତୁମୁଡ଼ିବନ୍ଧ, ବାଲିଗୁଡ଼ା, କ.ନୂଆଗାଁକୁ ସଂଖ୍ୟାଲଘୁ ବ୍ଲକ ଘୋଷଣା କରାଯାଉ’

ରାଜ୍ୟ ଖବର

ଭୁବନେଶ୍ୱର : ତୁମୁଡ଼ିବନ୍ଧ, ବାଲିଗୁଡ଼ା ଓ କ.ନୂଆଗାଁକୁ ସଂଖ୍ୟାଲଘୁ ବ୍ଲକ ଭାବେ ଘୋଷଣା କରାଯାଉ  । ଦଙ୍ଗା ପ୍ରପୀଡ଼ିତ ପରିବାରକୁ ସହାୟତା, ଦଳିତ ଓ ସଂଖ୍ୟାଲଘୁଙ୍କୁ ଜମି ଲିଜ ଦିଆଯାଉ  । କନ୍ଧମାଳ ନ୍ୟାୟ ଶାନ୍ତି ଓ ସଦଭାବନା ସମାବେଶରେ ଏହି ଦାବି କରାଯାଇଛି  ।

ଫୁଲବାଣୀ କରୋନେସନ ପଡ଼ିଆରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା  । ମାଦିକୁନ୍ଦା ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି  । କନ୍ଧମାଳ ଦଙ୍ଗା ପ୍ରପୀଡ଼ିତଙ୍କୁ ନ୍ୟାୟ ଓ ଥଇଥାନ, ବନ୍ଦ କରାଯାଇଥିବା ୩୧୫ ମାମଲାର ପୁନର୍ବିଚାର, ଦଙ୍ଗା ପ୍ରପୀଡ଼ିତ ପରିବାରକୁ ସହାୟତା, ପାର୍ବତ୍ୟାଂଚଳରେ ରହୁଥିବା ଦଳିତ ଓ ସଂଖ୍ୟାଲଘୁମାନଙ୍କୁ ଲିଜ ଜମି ଦେବାର ବ୍ୟବସ୍ଥା, କନ୍ଧମାଳ ଜିଲ୍ଲାରେ ୨୫%ରୁ ଉଦ୍ଧ୍ୱର୍ ସଂଖ୍ୟାଲଘୁ ସମ୍ପ୍ରଦାୟ ଥିବା ତୁମୁଡ଼ିବନ୍ଧ, ବାଲିଗୁଡ଼ା ଓ କ.ନୂଆଗାଁକୁ ସଂଖ୍ୟାଲଘୁ ବ୍ଲକ ମାନ୍ୟତା, ଆଦିବାସୀ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଥିବା ସଂରକ୍ଷଣ ବ୍ୟବସ୍ଥା ବଳବତର ରଖିବା, ପ୍ରଧାନମନ୍ତ୍ରୀଙ୍କ ୧୫ ସୂତ୍ରୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ନେଇ ଦାବି ଉପସ୍ଥାପନ କରାଯାଇଛି  ।

ଏହି ସମାବେଶରେ ଐତିହାସିକ ଅଶୋକ କୁମାର ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  । ସମ୍ମାନୀତ ଅତିଥି ଭାବେ ପ୍ରଫେସର ଲକ୍ଷ୍ମଣ ଯାଦବ, କଂଗ୍ରେସ ନେତା ଅମୀୟ ପାଣ୍ଡବ, ପୂର୍ବତନ ବିଧାୟକ ଦୁଗୁନି କହଁର, ଅଭିରାମ ମଲ୍ଲିକ, ବିଶପ ଦିଲ୍ଲୀପ ବଳ, ପ୍ରସନ୍ନ କୁମାର ବିଶୋୟୀ, ସଂଗ୍ରାମ ମଲ୍ଲିକ, ଅନୀଲ କୁମାର ମଲ୍ଲିକ, ବିସ୍ମୟ ମହାପାତ୍ର ଓ ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ  ।

Powered by Froala Editor