କଟକ : କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ମୂର୍ତ୍ତି ନିର୍ମାଣ ନେଇ ଆବଶ୍ୟକ ନିଷ୍ପତ୍ତି ଓ ପଦକ୍ଷେପ ପୁଲିସ୍ ପ୍ରଶାସନ ଉପରେ ହାଇକୋର୍ଟ ଛାଡିଦେଇଛନ୍ତି । ଗତକାଲି ବିବାଦ ଦେଖାଦେଇଥିବା ବେଳେ ଆଜି ଏହି ନିଷ୍ପତ୍ତି ଆସିଛି ।
ସୂଚନା ଅନୁସାରେ କଟକରେ ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ପ୍ରସ୍ତୁତିକୁ ନେଇ ବିବାଦ ଦେଖା ଦେଇଥିଲା । ଅଭିଯୋଗକୁ ଭିତ୍ତି କରି ବିକୃତ ମୂର୍ତ୍ତିକୁ ପୂଜା ପେଣ୍ଡାଲକୁ ପଠାଇବା ଲାଗି ବାରଣ କରିଥିଲା ପୁଲିସ୍ । ଏହା ସହିତ ମୂର୍ତ୍ତି କାରିଗରଙ୍କୁ ଥାନାକୁ ଡାକି ତାଗିଦ୍ କରିଥିଲା । ପୁଲିସ୍ ବାରଣକୁ ଚ୍ୟାଲେଞ୍ଜ କରି ମୂର୍ତ୍ତି କାରିଗର ହାଇକୋର୍ଟ ଯାଇଥିଲେ ।
ସେପଟେ ବିକୃତ ଗଣେଶ ମୂର୍ତ୍ତିକୁ ନେଇ ହାଇକୋର୍ଟଙ୍କ ନିଦେ୍ର୍ଧଶ ଆସିବା ପରେ ଉଭୟ ମୂର୍ତ୍ତି କାରିଗର ଓ କ୍ଲବଗୁଡ଼ିକୁ ପୁନଃ ସଚେତନ ହେବାକୁ କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ମଣ୍ଡପରେ ଏଭଳି ମୂର୍ତ୍ତି ପ୍ରତିଷ୍ଠା ନକରିବାକୁ ଡିସିପି ଅପିଲ କରିଛନ୍ତି ।
Powered by Froala Editor
ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ହାଇକୋର୍ଟକୁ କଥା ଯିବା ପରେ ପୁଲିସ ପକ୍ଷରୁ ସରକାରୀ ଓକିଲଙ୍କ ଜରିଆରେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା । ଯାହା ପରେ ହାଇକୋର୍ଟ ପୁଲିସ ଉପରେ ନିଷ୍ପତ୍ତି ଛାଡିଛି । ପୁଲିସ ସବୁବେଳେ ଏଭଳି ମୂର୍ତ୍ତି ନିର୍ମାଣ ନ କରିବାକୁ ଅନୁରୋଧ କରିଆସିଛି । କୌଣସି ସ୍ଥାନରେ ଏଭଳି ମୃତ୍ତି ନିର୍ମାଣ ହେଉଥିଲେ କିମ୍ବା ମଣ୍ଡପରେ ବସୁଥିଲେ, ଯଦି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ । ଧାର୍ମିକ ଭାବନାରେ ଆଘାତ ପହଞ୍ଚାଇବା ଭଳି ପଦକ୍ଷେପକୁ ଗ୍ରହଣ କରାଯିବନି ବୋଲି ସେ କହିଛନ୍ତି ।
