ଆଠଗଡ : ପୁଣି ମହାନଦୀ ମୁଣ୍ଡଳି ବ୍ରିଜରେ ଅଘଟଣ ଘଟିଛି । ବ୍ରିଜ ଉପରେ ସ୍କୁଟି ଥୋଇ ଜଣେ କେହି ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ବ୍ରିଜ ଉପରେ ଏକ ସ୍କୁଟି ଓ ଚପଲ ଥୁଆ ହୋଇଛି । ତେବେ କିଏ ଓ କେତେବେଳେ ଡେଇଁଛି ତାହା ସ୍ପଷ୍ଟ ହୋଇନି । ଏହାବାଦ ତାଙ୍କ ପରିଚୟ ବି ମିଳିପାରିନି । ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଗୋଡିସାହି ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଂଚିଛି । ଏଥିସହ ଆଠଗଡ ଓ ବାରଙ୍ଗର ଅଗ୍ନିଶମ ବାହିନୀ କର୍ମଚାରୀ ପହଂଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ନିଖୋଜଙ୍କ ପତ୍ତା ମିଳିପାରିନାହିଁ ।
ସୂଚନା ଅନୁସାରେ ଗତ ୨୭ ତାରିଖରେ ଭୁବନେଶ୍ୱରର ଜଣେ ବ୍ୟକ୍ତି ମୁଣ୍ଡଳି ବ୍ରିଜରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ବ୍ୟକ୍ତିଜଣକ ଚନ୍ଦ୍ରଶେଖରପୁର ଅଂଚଳର ବିଶ୍ୱଦେବ ଦାସ ବୋଲି ଜଣାପଡିଥିଲା ।
Powered by Froala Editor
