ଅଟୋ ଓଲଟି , ୧୫ ଯାତ୍ରୀ ଆହତ

ଅଟୋ ଓଲଟି , ୧୫ ଯାତ୍ରୀ ଆହତ

ରାଜ୍ୟ ଖବର


ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ଓଲଟିଲା ଅଟୋ। କନ୍ଧମାଳ ଜିଲ୍ଲା ବୁଡାଗୁଡ଼ା ନେଡିପାଙ୍ଗା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଚି। ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ଅଟୋ ହଠାତ୍‌ ବୁଡାଗୁଡ଼ା ନେଡିପାଙ୍ଗା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଯାହାଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତୁରନ୍ତ ଆହତଙ୍କୁ ଉଦ୍ଧାର କରି ବୁଡ଼ାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।



Powered by Froala Editor